ବାତ୍ୟା ଭୟ ପାଇଁ ଚିନ୍ତାରେ ଚାଷୀ । ଉପକୂଳିଆ ଅଞ୍ଚଳରେ ଛନକା, ମତ୍ସ୍ୟଜୀବୀ ବି ସତର୍କ

Advertisment

ବାତ୍ୟା ଭୟ ପାଇଁ ଚିନ୍ତାରେ ଚାଷୀ । ଚାଷୀମାନେ ବତ୍ୟା ଦାନା’ ନେଇ ଭୟଭୀତ ହୋଇପଡିଥିବା ବେଳେ କିଏ ପାନ ବରଜରେ ଠେଲ ଦେଇଛି ତ, ଆଉ କିଏ ବାଉଁଶ ଲଗାଇ ପାନ ବରଜକୁ ସଜାଡୁଛି

ବାତ୍ୟା ଭୟ ପାଇଁ ଚିନ୍ତାରେ ଚାଷୀ । ଚାଷୀମାନେ ବତ୍ୟା ଦାନା’ ନେଇ ଭୟଭୀତ ହୋଇପଡିଥିବା ବେଳେ କିଏ ପାନ ବରଜରେ ଠେଲ ଦେଇଛି ତ, ଆଉ କିଏ ବାଉଁଶ ଲଗାଇ ପାନ ବରଜକୁ ସଜାଡୁଛି

FARMER CYCLONE

କନକ ବ୍ୟୁରୋ: ବାତ୍ୟା ଭୟ ପାଇଁ ଚିନ୍ତାରେ ଚାଷୀ । ଚାଷୀମାନେ ବତ୍ୟା ଦାନା’ ନେଇ ଭୟଭୀତ ହୋଇପଡିଥିବା ବେଳେ କିଏ ପାନ ବରଜରେ ଠେଲ ଦେଇଛି ତ, ଆଉ କିଏ ବାଉଁଶ ଲଗାଇ ପାନ ବରଜକୁ ସଜାଡୁଛି । କଟକ ଜିଲ୍ଲା ନିଆଳିରେ ମଧ୍ୟ ଚାଷୀମାନେ ଚିନ୍ତାରେ ପଡିଛନ୍ତି।  

ଖାଲି ସେତିକି ନୁହେଁ, ମାଲକାନଗିରିରେ ବି ଚାଷୀ ଧାନ କାଟିବାରେ ଲାଗିଛନ୍ତି । ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଅସ୍ତରଙ୍ଗରେ ଅଧା ପାଚିଲା ଧାନକୁ ଚାଷୀ ତରବରିଆ ଭାବରେ ଜମିରୁ କାଟି ଅମଳ କରୁଛି । ଚାଷୀମାନେ ବିକଳ ହୋଇ କିଏ ମେସିନ ଲଗାଇ ଧାନ ଅମଳ କରୁଛନ୍ତି, ଆଉ କେଉଁ ଚାଷୀ କଟା ଧାନକୁ ଜମିରେ ବାହୁଆ କରୁଛି ।

ସେପଟେ ବାତ୍ୟା ଯୋଗୁଁ ଉପକୂଳିଆ ଅଞ୍ଚଳରେ ଛନକା ପସିଛି । ମତ୍ସ୍ୟଜୀବୀ ବି ସତର୍କ ହେଲେଣି । ମହାକାଳପଡା ଓ ରାଜନଗରରେ ସହ ଅନ୍ୟ ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀ ଧିରେ ଧିରେ ଘରମୁହାଁ ହୋଇଛନ୍ତି । ମାଛ ଧରିଥିବା ଜାଲକୁ ଶୁଖାଉଛନ୍ତି  ଓ ବୁଣୁଛନ୍ତି ।  ସମୁଦ୍ରକୁ ମତ୍ସ୍ୟଜୀବୀକୁ ଯିବାକୁ ବାରଣ କରାଯାଇଥିବାରୁ ଧିରେ ଧିରେ ଡଙ୍ଗା ଧରି ମତ୍ସ୍ୟଜୀବୀ କୂଳକୁ ଫେରୁଛନ୍ତି ।

ବାତ୍ୟା ଦାନା ୨୪ ତାରିଖ ରାତି ଓ ୨୫ ସକାଳ ସୁଦ୍ଧା ଉପକୂଳ ଛୁଇଁପାରେ । ତେଣୁ  ଉପକୂଳ ଜିଲ୍ଲାର ପ୍ରଶାସନ ସବୁପ୍ର କାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe