କନକ ବ୍ୟୁରୋ: ବାତ୍ୟା ଭୟ ପାଇଁ ଚିନ୍ତାରେ ଚାଷୀ । ଚାଷୀମାନେ ବତ୍ୟା ଦାନା’ ନେଇ ଭୟଭୀତ ହୋଇପଡିଥିବା ବେଳେ କିଏ ପାନ ବରଜରେ ଠେଲ ଦେଇଛି ତ, ଆଉ କିଏ ବାଉଁଶ ଲଗାଇ ପାନ ବରଜକୁ ସଜାଡୁଛି । କଟକ ଜିଲ୍ଲା ନିଆଳିରେ ମଧ୍ୟ ଚାଷୀମାନେ ଚିନ୍ତାରେ ପଡିଛନ୍ତି।
ଖାଲି ସେତିକି ନୁହେଁ, ମାଲକାନଗିରିରେ ବି ଚାଷୀ ଧାନ କାଟିବାରେ ଲାଗିଛନ୍ତି । ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଅସ୍ତରଙ୍ଗରେ ଅଧା ପାଚିଲା ଧାନକୁ ଚାଷୀ ତରବରିଆ ଭାବରେ ଜମିରୁ କାଟି ଅମଳ କରୁଛି । ଚାଷୀମାନେ ବିକଳ ହୋଇ କିଏ ମେସିନ ଲଗାଇ ଧାନ ଅମଳ କରୁଛନ୍ତି, ଆଉ କେଉଁ ଚାଷୀ କଟା ଧାନକୁ ଜମିରେ ବାହୁଆ କରୁଛି ।
ସେପଟେ ବାତ୍ୟା ଯୋଗୁଁ ଉପକୂଳିଆ ଅଞ୍ଚଳରେ ଛନକା ପସିଛି । ମତ୍ସ୍ୟଜୀବୀ ବି ସତର୍କ ହେଲେଣି । ମହାକାଳପଡା ଓ ରାଜନଗରରେ ସହ ଅନ୍ୟ ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀ ଧିରେ ଧିରେ ଘରମୁହାଁ ହୋଇଛନ୍ତି । ମାଛ ଧରିଥିବା ଜାଲକୁ ଶୁଖାଉଛନ୍ତି ଓ ବୁଣୁଛନ୍ତି । ସମୁଦ୍ରକୁ ମତ୍ସ୍ୟଜୀବୀକୁ ଯିବାକୁ ବାରଣ କରାଯାଇଥିବାରୁ ଧିରେ ଧିରେ ଡଙ୍ଗା ଧରି ମତ୍ସ୍ୟଜୀବୀ କୂଳକୁ ଫେରୁଛନ୍ତି ।
ବାତ୍ୟା ଦାନା ୨୪ ତାରିଖ ରାତି ଓ ୨୫ ସକାଳ ସୁଦ୍ଧା ଉପକୂଳ ଛୁଇଁପାରେ । ତେଣୁ ଉପକୂଳ ଜିଲ୍ଲାର ପ୍ରଶାସନ ସବୁପ୍ର କାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ।