କନକ ବ୍ୟୁରୋ: ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଧାନର ଏମଏସପି ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି । କିନ୍ତୁ ଚାଷୀଙ୍କୁ ଧାନ ବିକା ଟଙ୍କା ମିଳୁନି । ମଣ୍ଡିକୁ ଧାନ ଦେବାର ତିନି ମାସ ପୁରିଥିଲେ ମଧ୍ୟ ଚାଷୀ ତା ପାଉଣା ପାଇପାରୁନାହିଁ। ବାରମ୍ବାର କାର୍ଯ୍ୟାଳୟକୁ ଯାଇ ହତାଶ ହେବା ପରେ ଶେଷରେ ବାଧ୍ୟ ହୋଇ ପ୍ରତିବାଦ କରିଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲ୍ୟାମ୍ପ୍ସ ଘେରାଓ କରିଛନ୍ତି ଶତାଧିକ ଚାଷୀ । ବାଇକ୍ରେ ଶୋଭାଯାତ୍ରାରେ ଆସିବା ପରେ ରାଇଘର ଲ୍ୟାମ୍ପ୍ସ ସମ୍ମୁଖରେ ଧାରଣା ଦେଇଛନ୍ତି କୃଷକ ।
ରେଜିଷ୍ଟ୍ରେସନ କରିବା ପରେ ଜାନୁଆରୀ, ଫେବୃଆରୀ ମାସରୁ ମଣ୍ଡିକୁ ଧାନ ଦେଇଥିଲେ ଚାଷୀ । ଏତେ ଦିନ ପରେ ବି ପାଉଣା ମିଳିନଥିବାରୁ ଧାର ଉଧାର ଏବଂ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛି। ମଣ୍ଡିରେ ଚାଷୀ ଧାନ ଦେଇଥିବା ବେଳେ ଫେବୃଆରି ୨୨ ତାରିଖରୁ ପ୍ରଶାସନ ପକ୍ଷରୁ ଟାର୍ଗେଟ ମିଳିନଥିଲା । ତେଣୁ ମିଲ୍ ମାଲିକମାନେ ମଣ୍ଡିରୁ ଧାନ ନେଇଥିଲେ । କିନ୍ତୁ ଲ୍ୟାମ୍ପ ପକ୍ଷରୁ ଟିପି କଟାଯାଇ ପାରିଲା ନାହିଁ । ଫଳରେ ୩୪୪ ଚାଷୀଙ୍କ ୧୪,୨୦୦ କ୍ୱିଣ୍ଟାଲ ଧାନର ୪ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବାକି ରହିଛି । ସରକାର ଅବା ଜିଲ୍ଲା ପ୍ରଶାସନ ଚାହିଁଲେ ଚାଷୀଙ୍କ ପାଉଣା ଫେରିପାରିବ। କିନ୍ତୁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉନଥିବାରୁ ଗରିବ ଚାଷୀମାନେ ହଇରାଣ ହେଉଛନ୍ତି ।
ମଣ୍ଡିରେ ଧାନ ଦେଇ ଚିନ୍ତାରେ ଚାଷୀ, ତିନି ମାସ ହେଲାଣି ମିଳୁନି ଅର୍ଥ
ରାଜ୍ୟ ସରକାର ଧାନର ଏମଏସ୍ପି ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି କିନ୍ତୁ ଚାଷୀଙ୍କୁ ଧାନ ବିକା ଟଙ୍କା ମିଳୁନି
/kanak/media/media_files/2025/04/15/uhOUgpPBzG4tPdQMlRBN.jpg)