ମିଲର୍ସଙ୍କ ଦଲାଲ ପ୍ରୀତି ! ଚାଷୀଙ୍କୁ କଟନିଛଟନି, ଦଲାଲଙ୍କୁ ମାଫ୍‌ !

Advertisment

ଦିନ ରାତି ବିଲରେ ଲାଗି ଧାର କରଜ କରି ଚାଷ କଲା । ଆଶା ଥିଲା କିଛି ଟଙ୍କା ରୋଜଗାର ହେବ । କିନ୍ତୁ ଚାଷ କରି ବଡ଼ ଭୁଲ୍‌ କରିଦେଇଛି ବୋଲି ଏବେ ଭାବି ହେଉଛି କଳାହାଣ୍ଡି ଧର୍ମଗଡ଼ର ଚାଷୀ । ମଣ୍ଡି ଆରମ୍ଭରେ ବିଳମ୍ବିତ ଟୋକନ୍‌, ବସ୍ତା ସମସ୍ୟା । ଏବେ କଟନୀଛଟନୀ, ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ଦିନ ରାତି ବିଲରେ ଲାଗି ଧାର କରଜ କରି ଚାଷ କଲା । ଆଶା ଥିଲା କିଛି ଟଙ୍କା ରୋଜଗାର ହେବ । କିନ୍ତୁ ଚାଷ କରି ବଡ଼ ଭୁଲ୍‌ କରିଦେଇଛି ବୋଲି ଏବେ ଭାବି ହେଉଛି କଳାହାଣ୍ଡି ଧର୍ମଗଡ଼ର ଚାଷୀ । ମଣ୍ଡି ଆରମ୍ଭରେ ବିଳମ୍ବିତ ଟୋକନ୍‌, ବସ୍ତା ସମସ୍ୟା । ଏବେ କଟନୀଛଟନୀ, ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି ।

Paady Procurement

Paady Procurement Photograph: (Kanak News)

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଚାଷୀ ମାନଙ୍କର ପିଛା ଛାଡୁ ନାହିଁ ସମସ୍ୟା । ଧର୍ମଗଡ଼ ମଣ୍ଡିରେ ଲକ୍ଷେ କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ପଡ଼ିଛି । ମିଲର୍ସ ଚାଷୀଙ୍କ ଧାନରେ କଟନୀଛଟନୀ କରୁଛନ୍ତି । ଆଉ ଦଲାଲଙ୍କ ଧାନକୁ ବିନା କଟିଂରେ ନେଉଥିବା ଅଭିଯୋଗ ହୋଇଛି ।

ଦିନ ରାତି ବିଲରେ ଲାଗି ଧାର କରଜ କରି ଚାଷ କଲା । ଆଶା ଥିଲା କିଛି ଟଙ୍କା ରୋଜଗାର ହେବ । କିନ୍ତୁ ଚାଷ କରି ବଡ଼ ଭୁଲ୍‌ କରିଦେଇଛି ବୋଲି ଏବେ ଭାବି ହେଉଛି କଳାହାଣ୍ଡି ଧର୍ମଗଡ଼ର ଚାଷୀ । ମଣ୍ଡି ଆରମ୍ଭରେ ବିଳମ୍ବିତ ଟୋକନ୍‌, ବସ୍ତା ସମସ୍ୟା । ଏବେ କଟନୀଛଟନୀ, ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଚାଷିଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ମଣ୍ଡିକୁ ଯାଇ କିଛି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଆଉ ଶୁଣିଲା ବେଳକୁ ମଣ୍ଡିରେ ଚାଷୀଙ୍କ ଧାନ ୫ ରୁ ୧୦ କେଜି କଟନିଛଟନି କରୁଛନ୍ତି ମିଲର୍ସ ! ଦଲାଲଙ୍କ ଧାନ ବିନା କଟନିଛଟନିରେ କିଣାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଫଳରେ ଧାନ ଉଠାଣ ପ୍ରକ୍ରିୟା ଠପ ହୋଇଯାଛି ।

ଅଧିକ ପଢନ୍ତୁ : ବରଗଡ଼ ପଦ୍ମପୁରରେ ଟୋକନ୍‌ ଓ ଟାର୍ଗେଟ୍‌ ଫାଶରେ ଚାଷୀ: ସକ୍ରିୟ ହେଉଛନ୍ତି ଦଲାଲ୍‌, ଚାଷୀ ଠୁ କମ୍‌ ଦରରେ ଧାନ କିଣି ହେଉଛନ୍ତି ମାଲେମାଲ

ସମସ୍ୟାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଓ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ମାତ୍ର ପ୍ରତିକାର ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ । ଧର୍ମଗଡ଼ ଉପଖଣ୍ଡର ୬ ଟି ବ୍ଲକରେ ମୋଟ ୧୪୧ ଟି ମଣ୍ଡି ଖୋଲିଛି । ସେଥିରୁ ୮୯ଟି ମଣ୍ଡି ବନ୍ଦ ହୋଇସାରିଲାଣି । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ୭୨ ହଜାର ୪୭୭ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଛି । ୫୨ ଟି ମଣ୍ଡିରେ ୧ ଲକ୍ଷ ୫୧ ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଛି । ଖୁବଶୀଘ୍ର ଚାଷୀଙ୍କ ଧାନ ଟୋକନ ହିସାବରେ ଉଠାଯିବ ବୋଲି କହିଛନ୍ତି ଅତିରିକ୍ତ ଉପଖଣ୍ଡ ଯୋଗାଣ ଅଧିକାରୀ ।

ତୁରନ୍ତ ସମସ୍ୟାର ସମାଧାନ କରିବା ସହ ସହ କଟନୀଛଟନୀର ତଦନ୍ତ କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe