କନକବ୍ୟୁରୋ : ଚାଷୀଙ୍କ ପାଇଁ ଭଲ ଖବର । ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏକାଥର ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ । ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା । ୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ସିଏମ କିଷାନ ଯୋଜନାରେ ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଛି । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି ସରକାର ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/30/5yPPYReZas7Z40iYP4s2.jpg)