କନକ ବ୍ୟୁରୋ : ଶଗଡ଼ ଗାଡ଼ିରେ ଚାଷୀଙ୍କ ଯାତ୍ରା । ଶଗଡ଼ିଆ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଶଗଡ଼ ଓ ବଳଦର ସାଜସଜା ଯିଏ ବି ଯାଉଛି ରାଜରାସ୍ତାରେ ଅଟକିଯାଇ ମୋବାଇଲରେ ସୁନ୍ଦର ଚିତ୍ର ଉତୋଳନ କରୁଛି । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଦେଖିବାକୁ ମିଳିଛି ଏହି ସୁନ୍ଦର ଦୃଶ୍ୟ । ପୁରୀ ସଦର ଅଂଚଳ ପୀଳିପିଳା, ନରହରିପୁର, ଜଗନ୍ନାଥ ବିଦ୍ୟଧରପୁର, ତଣ୍ଟିକେରା, ତାଳ ପୋଖରୀ, କାଙ୍କୁଡ଼ା, ଦୋବନ୍ଦା, ଅରେଇପଡା, କରଡ଼ି, ବିଜୟରାମପୁର ଭଳି ଗାଁର ପ୍ରାୟ ୨୫ଟି ଶଗଡ଼ ନେଇ ୧୦୦ ରୁ ଅଧିକ ଚାଷୀ ଯାତ୍ରା କରିଛନ୍ତି । ସାକ୍ଷୀଗୋପାଳ ନିକଟରେ ଥିବା ଠାକୁର ହରିଶହଦେବଙ୍କ ଦର୍ଶନ ପାଇଁ ଏମାନେ ଯାତ୍ରା କରିଛନ୍ତି । ଗାଁ ଗହଳିରେ ଶଗଡ଼ ଓ ବଳଦ ଧୀରେ ଧୀରେ ଲୋପ ହେବାକୁ ବସିଥିବା ବେଳେ ଏବେ ବି ସେହି ପୁରୁଣା ପରମ୍ପରାକୁ ବଂଚାଇ ରଖିଛନ୍ତି ଚାଷୀ ଭାଇ । ଯାହାକୁ ଦେଖିବାକୁ ବାଟୋଇଟିଏ ବାଧ୍ୟ ହେଉଛି କ୍ଷଣିକ ପାଇଁ ରାସ୍ତାରେ ଅଟକିଯାଉଛନ୍ତି । ଶଗଡ ଗାଡ଼ିକୁ କିଏ ଚାନ୍ଦୁଆ ତ ଆଉ ପୁଣି କିଏ ପ୍ଲାଷ୍ଟିକ ଫୁଲରେ ସଜାଇଛି । ସେହିଭଳି ବଳଦ ବେକରେ ଘାଗୁଡ଼ି, ସିଂଘରେ ମୟୁର ଚୁଳ ଲଗାଇ ବହୁତ ସୁନ୍ଦର ଭାବରେ ସଜାଯାଇଛି । ଠାକୁର ହରି ସହଦେଵଙ୍କ ଦର୍ଶନ ପାଇଁ ବାହାରିଛନ୍ତି ଚାଷୀ । କାହିଁ କେଉଁ କାଳରୁ ଏହି ପରମ୍ପରା ରହି ଆସିଛି । ଚାଷ କାମ ପୂର୍ବରୁ ଚାଷୀ କୁଳର ଚଷା ଭାଇ ମାନେ ଗୋରୁ ଗାଈଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଭୁ ହରିଆ ବୁଢାଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତି । ଗୋରୁ ଗାଈଙ୍କ ଆରୋଗ୍ୟ କାମନା କରି ପାଦୁକ ପାଇ ଦର୍ଶନ କରାଇଥାନ୍ତି । ପୂର୍ବରୁ ଶହ ଶହ ଶଗଡ଼ରେ ଚାଷୀ ମାନେ ଆସୁଥିଲେ । କାଳକ୍ରମେ ଏହା କମି କମି ୨୫ରେ ପହଂଚିଛି ।
ଶଗଡ ଗାଡିରେ ଚାଷୀଙ୍କ ଯାତ୍ରା । ରଙ୍ଗ ବେରଙ୍ଗର ଶଗଡ ସଜାଇ ବାବା ହରିସହଦେବଙ୍କ ଦର୍ଶନ କରିଛନ୍ତି ଚାଷୀ
ଗାଁ ଗହଳିରେ ଶଗଡ଼ ଓ ବଳଦ ଧୀରେ ଧୀରେ ଲୋପ ହେବାକୁ ବସିଥିବା ବେଳେ ଏବେ ବି ସେହି ପୁରୁଣା ପରମ୍ପରାକୁ ବଂଚାଇ ରଖିଛନ୍ତି ଚାଷୀ ଭାଇ । ଯାହାକୁ ଦେଖିବାକୁ ବାଟୋଇଟିଏ ବାଧ୍ୟ ହେଉଛି କ୍ଷଣିକ ପାଇଁ ରାସ୍ତାରେ ଅଟକିଯାଉଛନ୍ତି । ଶଗଡ ଗାଡ଼ିକୁ କିଏ ଚାନ୍ଦୁଆ ତ ଆଉ ପୁଣି କିଏ ପ୍ଲାଷ୍ଟିକ ଫୁଲରେ ସଜାଇଛି । ସେହିଭଳି ବଳଦ ବେକରେ ଘାଗୁଡ଼ି, ସିଂଘରେ ମୟୁର ଚୁଳ ଲଗାଇ ବହୁତ ସୁନ୍ଦର ଭାବରେ ସଜାଯାଇଛି ।