ନୂଆଁଖାଇରେ ସିଏମ କିଷାନ ଟଙ୍କା ! ବର୍ଷକୁ ୨ଟି କିସ୍ତିରେ ମିଳିବ ୪ ହଜାର ।

Advertisment

ସରକାର ବଦଳିବା ପରେ କାଳିଆ ଯୋଜନାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା, ତାହା ଏବେ ଦୂର ହୋଇଛି। ସିଏମ କିଷାନ ଯୋଜନାରେ ଖୁବଶୀଘ୍ର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ।

ସରକାର ବଦଳିବା ପରେ କାଳିଆ ଯୋଜନାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା, ତାହା ଏବେ ଦୂର ହୋଇଛି। ସିଏମ କିଷାନ ଯୋଜନାରେ ଖୁବଶୀଘ୍ର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ।

କିଷାନ ଟଙ୍କା

କନକ ବ୍ୟୁରୋ: ସରକାର ବଦଳିବା ପରେ କାଳିଆ ଯୋଜନାକୁ ନେଇ ଯେଉଁ ଦ୍ବନ୍ଦ୍ବ ଉପୁଜିଥିଲା, ତାହା ଦୂର ହୋଇଛି। ସିଏମ କିଷାନ ଯୋଜନାରେ ଖୁବଶୀଘ୍ର  ଚାଷୀଙ୍କୁ ଟଙ୍କା ମିଳିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ। ଏଥିସହ ଭୂମିହୀନ ଚାଷୀଙ୍କ ପାଇଁ ଦେଇଛନ୍ତି ଖୁସୀ ଖବର। 
 
ଯୋଜନାର ନାଁ ବଦଳିଲା, ନୂଆ ହିତାଧିକାରୀ ସାମିଲ ହେବା ନେଇ ବାଟ ଫିଟିଲା । ଏଥର କାଳିଆ ବଦଳରେ ସିଏମ କିଷାନରେ ଚାଷୀ ପାଇବେ ଟଙ୍କା । କାଳିଆ ହିତାଧିକାରୀଙ୍କ ସଂଖ୍ୟା ଠାରୁ ସିଏମ କିଷାନରେ ଅଧିକ ସଂଖ୍ୟକ ଚାଷୀ ପାଇବେ ଲାଭ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।  
-    ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ମିଳିବ ୪ ହଜାର 
-    ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨୫୦୦ ଟଙ୍କା
-    ନୂଆ ଚାଷୀ ପଞ୍ଜିକୃତ ହେବାକୁ ସିଏମ କିଷାନ ପୋର୍ଟାଲରେ କରିବେ ଆବେଦନ
-    ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ପିଏମ କିଷାନରେ ଯୋଗ୍ୟ ବିବେଚିତ ହେଲେ ମିଳିବ ସହାୟତା
-    ପିଏମ କିଷାନରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସାମିଲ ପାଇଁ ଆସିବ ସ୍ୱତନ୍ତ୍ର ବ୍ୟବସ୍ଥା

ମୋହନ ସରକାର ସିଏମ କିଷାନରେ ଚାଷୀଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବିରୋଧୀ ମାରିଛନ୍ତି ତେରଛା ବାଣ । କେବଳ ନାଁ ବଦଳାଇ ଚାଷୀଙ୍କୁ ଟଙ୍କା ଦିଆଯାଉଥିବା କହିଛି ବିଜେଡି । ସେହିଭଳି କଂଗ୍ରେସ କହିଛି, ପୁରୁଣା ବୋତଲରେ ଏହା କେବଳ ନୂଆ ମଦ ।
 
 ପୂର୍ବରୁ କାଳିଆ ଯୋଜନାରେ ପ୍ରାୟ ୪୬ ଲକ୍ଷ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୯ ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳୁଥିଲା ସହାୟତା । ତେଣୁ ଯୋଜନାର ନାଁ ବଦଳିବା ପରେ ସିଏମ କିଷାନରେ କେତେ ଅଧିକ ଚାଷୀଙ୍କୁ ସହାୟତା ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe