ଆଜି ଚାଷୀଙ୍କୁ ମିଳିବ ଇନପୁଟ ସବସିଡି ; ଧାନର କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ମିଳିବ ୮୦୦ ଟଙ୍କା

ଆଜି ଚାଷୀଙ୍କୁ ମିଳିବ ଇନପୁଟ ସବସିଡି। ଧାନର କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ମିଳିବ ୮୦୦ ଟଙ୍କାର ଇନପୁଟ ସହାୟତା। ବରଗଡ଼ ସୋହେଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

11paddy

କନକ ବ୍ୟୁରୋ : ଆଜି ଚାଷୀଙ୍କୁ ମିଳିବ ଇନପୁଟ ସହାୟତା ରାଶି । ଧାନର କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୃଷକଙ୍କ ଆର୍ଥିକ ବିକାଶ ସହ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ମୋହନ ସରକାର ।

ସୋହେଲାରେ ଏହି କାର୍ଯ୍ୟକ୍ରମ ରହିଛି । ଇଚ୍ଛାପାଲି ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୁଜାରୀ, ବରଗଡ ସାଂସଦ ଓ ସମସ୍ତ ନିର୍ବାଚନ ମଣ୍ଡଳିର ବିଧାୟକମାନେ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଟ ୩୦ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe