ସାର ମିଳିଲାନି , ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ : ସାର କଳାବଜାରୀ ନେଇ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ଆଜି ପାଟଣାଗଡ଼ ବ୍ଲକ୍‌ର କେନ୍ଦୁମୁଣ୍ଡି ପଞ୍ଚାୟତର ଶତାଧିକ ଚାଷୀ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସକୁ ଅଭିଯୋଗ ଜଣାଇବାକୁ ଆସିଥିଲେ। ପାଟଣାଗଡ଼ ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ତହସିଲଦାରଙ୍କୁ ଘେରିଥିଲେ ଶତାଧିକ ଚାଷୀ ।

peddy

peddy Photograph: (KanakNews)

କନକ ବ୍ୟୁରୋ : ଚାଷୀକୁ ମିଳୁନି ସାର । ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ ଚାଷୀଙ୍କୁ ସାର ମିଳୁନାହିଁ । ଚାଷୀମାନେ କଳାବଜାରୀରେ ଚଢ଼ାଦରରେ ସାର କିଣୁଥିବା ଅଭିଯୋଗ ଆସିଛି । ଆଜି ପାଟଣାଗଡ଼ ବ୍ଲକ୍‌ର କେନ୍ଦୁମୁଣ୍ଡି ପଞ୍ଚାୟତର ଶତାଧିକ ଚାଷୀ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସକୁ ଅଭିଯୋଗ ଜଣାଇବାକୁ ଆସିଥିଲେ। ପାଟଣାଗଡ଼ ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ତହସିଲଦାରଙ୍କୁ ଘେରିଥିଲେ ଶତାଧିକ ଚାଷୀ । ପଞ୍ଚାୟତରେ ସାର ବ୍ୟବସାୟୀ ସରକାରଙ୍କଠାରୁ ସାର ଆଣି କଳାବଜାରୀରେ ବିକ୍ରି କରୁଛନ୍ତି । ସରକାରୀ ବ୍ୟବସ୍ଥାରେ ସାର ମିଳୁନଥିବାରୁ ଚାଷୀ ବାଧ୍ୟ ହୋଇ ଚଢ଼ାଦରରେ କିଣୁଥିବା କ୍ଷୋଭର ସହ କହିଛନ୍ତି ।

ବଲାଙ୍ଗୀର ଜିଲ୍ଲା ପାଇଁ ଆବଶ୍ୟକ ୫୬ ହଜାର ୧୯୫ ବସ୍ତା ସାର
ଏବେ ସୁଦ୍ଧା ଆସିଛି ୫୦ ହଜାର ୩୮୮ ବସ୍ତା
ହୋଲସେଲରଙ୍କ ପାଖକୁ ଯାଇଛି ୪୩ ହଜାର ୭୬୨ ବସ୍ତା
ପାକ୍ସକୁ ଯାଇଛି ୬୬୩୬ ବସ୍ତା ସାର
ପାଟଣାଗଡ଼ କେନ୍ଦୁମୁଣ୍ଡି ପଞ୍ଚାୟତ ପାଇଁ ଆବଶ୍ୟକ ୨ହଜାର ବସ୍ତା ସାର 
ଏବେ ଯାଏଁ ଆସିଛି ମାତ୍ର ୧୫୦ ବସ୍ତା ସାର
ସାର ପାଇବାରୁ ବଞ୍ଚିତ ବହୁ ଚାଷୀ
ମାସେ ତଳୁ ଧାନ ରୁଆ ସରିଛି
ଏବେ ଧାନ ଗଛ ସାର ମାଗୁଛି
ଜମିରେ ସାର ପକାଇ ପାରୁନାହାନ୍ତି ଚାଷୀ 
ଆଗକୁ ସାର ନମିଳିଲେ ଆନ୍ଦୋଳନ ଚେତାବନୀ
ପ୍ରାଶାସନିକ ଅଧିକାରୀଙ୍କୁ ଚେତାଇ ଦେଲେ ଚାଷୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe