Mandi Photograph: (Kanak News)
କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମଣ୍ଡି ଗୁଡ଼ିକରେ ଚାଲିଛି ମିଲର୍ସଙ୍କ ରାଜ୍ । ଧାନ ବିକ୍ରି ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି ଚାଷୀ । ଧାନ ବିକ୍ରି ଟଙ୍କା ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ହେଉଛନ୍ତି ସଡାନନ ଦେବ । ସୁବର୍ଣ୍ଣପାଲି ମଣ୍ଡିରେ ଧାନ ବିକି ବୋନସ୍ ଟଙ୍କା ପାଇଛନ୍ତି ।ହେଲେ ବିକ୍ରି ଟଙ୍କା ପାଇଁ ଦୌଡ଼ି ଦୌଡ଼ି ଶେଷରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଖାଲି ସଡାନନ ନୁହେଁ, ଏମିତି ବହୁ ଚାଷୀ ହଇରାଣ ହେଉଛନ୍ତି । ଆଉ ଏ କଥାକୁ ସ୍ବୀକାର କରିଛନ୍ତି ଏସ୍ଏଚ୍ଜି ଗ୍ରୁପର ସଦସ୍ୟା ।
ଦିନକର ଝିଅ , ଷ୍ଟ୍ରେଚରରେ ପତ୍ନୀ : ଆରପାରିରେ ଯବାନ ସ୍ବାମୀ
ବନ୍ଦ ହେଉନି କଟନୀଛଟନୀ!
ରାୟଗଡ଼ା ବିଷମକଟକ ବ୍ଲକରେ ଚାଷୀ କଟନୀ ଛଟନୀର ଶିକାର ପାଲଟିଛନ୍ତି । କ୍ବିଣ୍ଟାଲ୍ ପ୍ରତି ୫ରୁ ୬କିଲୋ କଟନି ଛଟନି ପାଇଁ ରାଜି ହେଉଥିବା ଚାଷୀଙ୍କ ଧାନ ପ୍ରଥମେ କିଣାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଅନ୍ୟପଟେ ରାୟଗଡ଼ାରେ ୪୩ଟି ମଣ୍ଡିରେ ଧାନ କିଣିବାକୁ ସ୍ଥିର ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୩ ହଜାର ୨୦୦ ମେଟ୍ରିକ ଟନ୍ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏବେ ଯାଏଁ ବିଷମକଟକରେ ୧୭ ମିଲର୍ସ ସରକାରଙ୍କ ସହ ଚୁକ୍ତି କରାଇନାହାନ୍ତି! ଫଳରେ ବ୍ଲକରେ ଚାଷୀଙ୍କ ଧାନ କିଣା ପ୍ରଭାବିତ ହେଉଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସିଏସ୍ଓ । ଧାନ ଚାଷ ଠୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସତେ ଯେମିତି ସମସ୍ୟା ଚାଷୀର ପିଛା ଛାଡ଼ୁନି । କେବେ ପ୍ରାକୃତିକ ଦୁର୍ବିପାକ, କେବେ ଜଙ୍ଗଲୀ ଜନ୍ତୁ ଆଉ ଏବେ ମଣ୍ଡି । ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।
Follow Us