କନକ ବ୍ୟୁରୋ : ମଣ୍ଡି ଦୁର୍ଦ୍ଦଶା, ମିଲରଙ୍କ ମନମାନି ଯୋଗୁଁ ହନ୍ତସନ୍ତ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ମିଲରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ମାସ ମାସ ଧରି ଚା ମଣ୍ଡିରେ ପଡି ରହିଛି ଚାଷୀଙ୍କ ଧାନ କିନ୍ତୁ ମିଲରମାନେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଉନଥିବା  ଅଭିଯୋଗ ହୋଇଛି । ଚାଷୀ ଖରା,ଶୀତ କାକରରେ ଦିନରାତି ଧାନକୁ ଜଗି ବସିଛି ।

Advertisment

ଅଧିକ ପଢନ୍ତୁ : ଚାଷୀଙ୍କ ଚିନ୍ତା ବଢ଼ାଉଛି ମଣ୍ଡି ବିବାଦ । ଧାନ କ୍ୟୁଣ୍ଟାଲ ପିଛା ସଠିକ୍ ମୁଲ୍ୟ ପାଉନଥିବାରୁ ହନ୍ତସନ୍ତ ଚାଷୀକୂଳ ।

ଚାଷୀ ରକ୍ତକୁ ପାଣି କରି ଅମଳ କରିଥିବା ଧାନକୁ ଟୋକନ ଆସିବାପରେ ମଣ୍ଡିକୁ ଆଣିଥିଲା । ମିଲରମାନେ ଗାଡି ପଠାଇ ମଣ୍ଡିରୁ ଧାନ ସଂଗ୍ରହ କରିବା କଥା, ମାତ୍ର ଟାର୍ଗେଟ୍ ନାହିଁ କହି ମିଲରମାନେ ମଣ୍ଡିକୁ ଆସୁନାହାଁନ୍ତି । ଫଳରେ ମାସମାସ ଧରି ଚାଷୀଙ୍କ ଧାନ ମଣ୍ଡିରେ ପଡିରହୁଛି । ଅନେକ ଧାନ ଶଣ୍ଢ ଓ ମୂଷା ଖାଇ ନଷ୍ଟ କରୁଥିବା ବେଳେ ଅନେକ ଧାନ ଗଜା ହୋଇଗଲାଣି ।