କନକ ବ୍ୟୁରୋ : ଧାନ ବୋଝେଇ ଟ୍ରକ୍ ଅଟକାଇଲେ ଚାଷୀ । ଚାଷୀଙ୍କ ଅଜାଣତରେ ବ୍ୟବସାୟୀଙ୍କ ଧାନ ସେବା ସମବାୟ ସମିତି ମାଧ୍ୟମରେ ମିଲକୁ ଯାଉଥିବା ଅଭିଯୋଗରେ ଅଟକାଇଲେ ଚାଷୀ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିସି ସେବା ସମବାୟ ସମିତି ଅଧିନରେ ଥିବା ବରଡ଼ା ଗାଁରୁ ଟ୍ରକରେ ୩୦୦ କୁଇଣ୍ଟାଲରୁ ଅଧିକ ଧାନ ବୋଝେଇ କରି ଜଗନ୍ନାଥ ମିଲକୁ ନିଆଯାଉଥିଲା । କୋଠିଆ ଗାଁ ନିକଟରେ ଅଟକାଇଥିଲେ ଶତାଧିକ ଚାଷୀ । 

Advertisment

ଅଧିକ ପଢନ୍ତୁ : ଧାନ ମିଲ୍‌କୁ ଆସୁଥିବା ବେଳେ ଟ୍ରାକ୍ଟରରୁ ଖସି ଚାଷୀଙ୍କ ମୃତ୍ୟୁ

ଅଭିଯୋଗ ଅନୁସାରେ ମୁକୁଳିସି ସେବା ସମବାୟ ସମିତିରୁ ଚାଷୀଙ୍କ ଠାରୁ କମ୍ ଧାନ କିଣି ବ୍ୟବସାୟୀଙ୍କ ଠାରୁ ଚୋରାରେ ଧାନ କିଣୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା,ଆଜି ସକାଳେ ଏହି ଟ୍ରକ ରେ ଅଖା ବ୍ୟାଗରେ ଧାନ ବୋଝେଇ ହେଉଥିବା ବେଳେ ଚାଷୀଙ୍କ ସନ୍ଦେହ ହେବାରୁ ଅଟକାଇଥିଲେ । ବ୍ୟବସାୟୀ ମାନେ ପଲିଥିନ ବ୍ୟାଗ୍ ରେ ଧାନ ନେଉଥିବା ବେଳେ ଅଖା ବ୍ୟାଗ୍ ରେ ଧାନ ନେଉଥିବା ନେଇ ସନ୍ଦେହ କରିଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା, ପୁଲିସ୍ ଘଟଣାର ସ୍ଥଳରେ ପହଞ୍ଚି ଗାଡ଼ିକୁ ଥାନାକୁ ଆଣି ତଦନ୍ତ କରୁଛି ।