ମଣ୍ଡିରେ ପଡିଛି ବସ୍ତା ବସ୍ତା ଧାନ ; ରାତି ଅନିଦ୍ରା ହୋଇ ଜଗି ବସୁଛନ୍ତି ଚାଷୀ

ମଣ୍ଡି ସମସ୍ୟା ପାଇଁ ହୋଇପାରୁନି ଧାନ ବିକ୍ରି । ଆସ୍କା ଓ ଧରାକୋଟରେ ଶିତ କାକରରେ ସାରା ରାତି ଉଜାଗର ରହି ଖଳାରେ ଧାନ ଜଗିଛନ୍ତି ଚାଷୀ । ସେପଟେ ପୁରୀ ଡେଲାଙ୍ଗରେ ବିଲରେ ପଡ଼ି ପଡ଼ି ଗଛ ହୋଇଗଲାଣି ପାଚିଲା ଧାନ । 

20ତତ

କନକ ବ୍ୟୁରୋ: ଚାଷୀଙ୍କ ପିଛା ଛାଡୁନି ସମସ୍ୟା। ଅମଳ ସମୟରେ ଅଦିନିଆ ବର୍ଷା ଏବେ ବିକ୍ରି କରିବା ପାଇଁ ମଣ୍ଡି ସମସ୍ୟା । ଗଞ୍ଜାମରେ ଗତ ୩ ତାରିଖରେ ମଣ୍ଡି ଖୋଲିଛି ସତ ହେଲେ ମିଲରଙ୍କ ସମସ୍ୟା ପାଇଁ ଏପଯ୍ୟନ୍ତ ଚାଷିଙ୍କ ଧାନ ମଣ୍ଡିକୁ ଉଠିନି । ତେଣୁ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଶୀତ କାକରରେ ଖଳାରେ ଧାନ ଜଗିରହୁଛନ୍ତି ଚାଷୀ । ଆସିକା ଓ ଧରାକୋଟ ବ୍ଲକର ଅନେକ ଗାଁରେ ଖଳାମୁଣ୍ଡରେ ରାତିସାରା ଚାଷୀଙ୍କୁ ଉଜାଗର ରହିବାକୁ ପଡୁଛି । 

 ଏଭଳି ସ୍ଥିତିରେ ଯୋଗାଣମନ୍ତ୍ରୀଙ୍କ ଧାନ କିଣା ଉପରେ ବକ୍ତବ୍ୟ ସମସ୍ତଙ୍କୁ କ୍ଷୁବ୍ଧ କରିଛି । ଧାନମଣ୍ଡି ସମସ୍ୟା ନେଇ ଏକ ପ୍ରଅଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ, ଚାଷୀ ଭଲ ମାନର ଧାନ ଆଣନ୍ତୁ ୨୪ ଘଣ୍ଟା କ’ଣ ୧୨ ଘଣ୍ଟା ଭିତରେ ଚାଷୀଙ୍କ ଧାନ କିଣା ହେବା ସହ ସେମାନଙ୍କୁ ଟଙ୍କା ମିଳିବ । ତେଣୁ ମଣ୍ଡିକୁ ଭଲ ଧାନ ଆଣନ୍ତୁ। ହେଲେ ଏହାକୁ କଟାକ୍ଷ କରିଥିଲେ ବିରୋଧୀ ଦଳ ନେତା ରାଜା ସ୍ବାଇଁ। ସେ କହିଥିଲେ, ପ୍ରକୃତରେ ସରକାର ଧାନ କିଣିବାକୁ ଅକ୍ଷମ, ତେଣୁ ନିଜ ଭୁଲ ଘୋଡାଇବାକୁ ଯାଇ ଏଭଳି ଭଲ ଧାନର ଆଳ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe