କନକବ୍ୟୁରୋ : ସାର ପାଇଁ ରାତି ଅନିଦ୍ରା ଚାଷୀ । ୟୁରିଆ ସାର ପାଇଁ ଚାଷୀମାନେ ରାତି ୩ଟାରୁ ହାତରେ ଆଧାର କାର୍ଡ ଧରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ସାର ପାଇଁ ପାଟିତୁଣ୍ଡ ହୋ ହାଲ୍ଲା କରିଛନ୍ତି । ସାର ଆସିଛି ୨ ଶହ ୨୨ ବସ୍ତା , ଚାଷୀ ଅଛନ୍ତି ଶହ ଶହରୁ ଉର୍ଦ୍ଧ । ଏହାକୁ ନେଇ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ପାଟି ତୁଣ୍ଡ । ଆଧାର କାର୍ଡ ଦେଇ ଧାଡିରେ ଘଣ୍ଠା ଘଣ୍ଠା ଠିଆ ହୋଇଛି ଚାଷୀ । ଖାଲି ସେଥିକି ନୁହେଁ ବରିଷ୍ଠ ନାଗରିକ ଛୋଟ ପିଲାମାନେ ରାତିରୁ ଆସି ଭୋକ ଉପାସରେ ଠିଆ ହୋଇଛନ୍ତି ସମବାୟ ସମିତି ଆଗରେ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନିଆଳି ସ୍ଥିତ ଅଳୋଁ କୃଷି ସେବା ସମବାୟ ସମିତି ଆଗରେ । ଚାଷୀମାନେ ଖବର ପାଇଲେ ସେବା ସମବାୟକୁ ଏକ ଗାଡି ୟୁରିଆ ସାର ଆସିଛି । ସେଥିପାଇଁ ଚାଷୀମାନେ ହାତରେ ଆଧାର କାଡ ଧରି ରାତିରୁ ପହଁଚି ଗଲେ ସମବାୟ ସମିତି ଆଗରେ । ଏମିତି ହେଲା ଯେ ନିଆଳି -ଫୁଲନଖରା ରାସ୍ତା ଠାରୁ ସେବା ସମବାୟ ପର୍ଯ୍ୟନ୍ତ ଲମ୍ବି ଥିଲା ଧାଡି । ଏମିତି ହେଲା ଯେ ଶେଷରେ ନିଆଳି ପୁଲିସ୍ ଘଟଣା ସ୍ଥଳରେ ପହଁଚିଥିଲେ ।
ଦିନ ୧୧ଟା ବେଳକୁ ଚାଷୀକୁ ସାର ଦିଆ ଯାଇଥିଲା । ଗୋଟିଏ ଗାଡିରେ ୨ଶହ ୨୨ ବସ୍ତା ୟୁରିଆ ସାର ଆସିଥିବାରୁ ସାର ନେବା ପାଇଁ ଚାଷୀ ସଂଖ୍ୟା ୬୦୦ ଶହକୁ ବଢି ଗଲା । ଅନ୍ୟକ ଚାଷୀ ସାର ନପାଇଁ ସମବାୟ ସମିତି ଆଗରେ ପାଟି ତୁଣ୍ଡ କରି ମନ ଦୁଃଖରେ ଫେରିଛନ୍ତି । ଏକ ୟୁରିଆ ବସ୍ତା ପଛା ନିଆଳି ସ୍ଥିତ ଅଳୋଁ ସେବା ସମବାୟ ୨୮୦ ଟଙ୍କାରେ ବିକ୍ରୀ କରୁଛି । ଚାଷୀମାନେ କହିବା କଥା ହେଲା ଠିକ୍ ସମୟରେ ୟୁରିଆ ସାର ଦେଲା ନାହିଁ ସରକାର । ଯାହା ଫଲରେ ଧାନ ଫସଲ ଭଲ ଅମଳ ହେବ ନାହିଁ । ବୋନସ ପାଇଁ ସାର କମେଇ ଦେଲେ ସରକାର ବୋଲି ଚାଷୀ ଅଭିଯୋଗ କରିଛନ୍ତି ।