କନକ ବ୍ୟୁରୋ : ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ ହୋଇଛି । ଶହ ଶହ ସଂଖ୍ୟାରେ ଚାଷୀ ମାନେ ନିଜର ଦାବି ନେଇ ରାଜଧାନୀ ଦିଲ୍ଲୀ ମୁହାଁ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତାରେ କଣ୍ଟା ପୋତାଯିବା ସହ ବଡ଼ ବଡ଼ କଙ୍କ୍ରିଟର କାନ୍ଥ ଏବଂ ଥ୍ରୀ ଲେୟର ବ୍ୟାରିକେଡିଂ ସହ ଶମ୍ଭୁ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଶୁକ୍ରବାର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା । ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏଥିରେ ଏକାଧିକ ଚାଷୀ ଆହତ ହୋଇଥିଲେ। ପରେ ଚାଷୀମାନେ ରବିବାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଥିଲେ । ଦୁଇ ଦିନ ବିତିଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ଆଲୋଚନା କରାଯାଇନାହିଁ। ଯାହାକୁ ନେଇ ଆଜିଠୁ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ସୁରକ୍ଷା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନ ସ୍ଥଳରୁ ଅତି କମରେ ୧ କିଲୋମିଟର ଦୂରରେ ରହିବାକୁ ହରିୟାଣାର ଡିଜିପି ପଞ୍ଜାବର ଡିଜିପିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଆଜିଠାରୁ ଚାଷୀଙ୍କ ପୁଣି ଦିଲ୍ଲୀ ଚଲ୍ଲୋ ଆନ୍ଦୋଳନ, ଦିଲ୍ଲୀକୁ ଆସିବାକୁ ପୋଲିସର ବାରଣ, ଧସେଇ ପଶୁଥିବା ବେଳେ ପୋଲିସର ଲାଠିମାଡ
ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତାରେ କଣ୍ଟା ପୋତାଯିବା ସହ ବଡ଼ ବଡ଼ କଙ୍କ୍ରିଟର କାନ୍ଥ ଏବଂ ଥ୍ରୀ ଲେୟର ବ୍ୟାରିକେଡିଂ ସହ ଶମ୍ଭୁ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଶୁକ୍ରବାର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା ।
/kanak/media/media_files/2024/12/08/Ns83ahfQtIN1DK6m6W0G.jpg)