କନକ ବ୍ୟୁରୋ : ୧୪ ତାରିଖରେ ଚାଷୀ କରିବେ ବିଶାଳ ସମାବେଶ । ଶମ୍ଭୁସୀମାରେ ଏକାଠି ହେବେ ଶହ ଶହ ଚାଷୀ । ଆଜିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶମ୍ଭୁ ଓ ଟିକରୀ ସୀମାରେ ଅଧିକରୁ ଅଧିକ ଚାଷୀ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଚାଷୀ ସଂଗଠନ ଆହ୍ବାନ ଦେଇଛନ୍ତି । ଏଥିସହ କଳାକାର ଓ ବିଭନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତି ବିଶେଷକୁ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବାକୁ ଅପିଲ କରାଯାଇଛି । ଦାବି ପୂରଣ ନହେଲେ ଦିଲ୍ଲୀ ଚଲ୍ଲୋ ଆନ୍ଦୋଳନ ଆଗକୁ ଉଗ୍ର ରୂପ ନେବ ବୋଲି ଧମକ ଦେଇଛନ୍ତି ଚାଷୀ ନେତା ।