କନକ ବ୍ୟୁରୋ: ଧାରଣାସ୍ଥଳରେ ଚାଷୀଙ୍କ ମାଣବସା ଗୁରୁବାର । ହୁଳହୁଳିରେ କମ୍ପିଲା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ । ଆଜି ଘରେ ଘରେ ପାଳିତ ହେଊଛି ମାଣବସା ଗୁରୁବାର । ଅନ୍ୟପଟେ ଧାନ ବିକ୍ରି ପଞ୍ଜୀକରଣ ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି ।
ଚାଷୀମାନେ ମାଣବସା ଗୁରୁବାରରେ ନିଜ ଘରେ ଅନୁପସ୍ଥିତ ଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କରୁଛନ୍ତି । ବିଧିମତେ ମାଆ ଲକ୍ଷ୍ମୀଙ୍କର ପୂଜା କରାଯାଇଛି । ଅମଳ ଧାନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । ଧାରଣାସ୍ଥଳରେ ଚାଷୀମାନେ ଲକ୍ଷ୍ମୀ ପୁରାଣ ପଢିବା ସହ ହୁଳହୁଳି ପକାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/13/farmer-2025-11-13-16-26-22.jpg)