କନକ ବ୍ୟୁରୋ : ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, କଟନିଛଟନି, ଟୋକନ ଡିଲେଟ ଓ ଧାନ କିଣା ରେ ଅନିୟମିତତା କୁ ନେଇ ତାତିଲେ ଚାଷୀ । ବାରମ୍ବାର ଟୋକନ ଡିଲେଟ ହେବା,ଧାନ କିଣାବିକାରେ ବ୍ୟାପକ ଅନିୟମିତତା ଓ କଟନିଛଟନିକୁ ନେଇ କଙ୍କଡାହାଡ଼ ଧାନ ମଣ୍ଡି ରେ ତାତିଲେ ଚାଷୀ । ଧାନ ବସ୍ତା ଉପରେ ଶୋଇ ରହି ମଣ୍ଡି କୁ ବିରୋଧ କରିବା ସହ ତୁରନ୍ତ ଧାନ ଉଠାଇବାକୁ ଦାବି କରିଛନ୍ତି ଚାଷୀ ।
ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ରେ ଧାନ ମଣ୍ଡି କୁ ନେଇ ଦେଖାଦେଇଛି ଅବ୍ୟବସ୍ଥା । ଧାନ ଉଠିବାରେ ବହୁ ବିଳମ୍ବ ହେବା ସତ୍ୱେ ଆଜି ପର୍ୟ୍ୟନ୍ତ ଚାଷୀ ମାନଙ୍କର ଟୋକନ ଡିଲେଟ କରାଯାଉଛି । ଯେଉଁ ତାରିଖ ରେ ଧାନ କ୍ରୟ ପାଇଁ ତାରିଖ ରହୁଛି ସେହି ତାରିଖ ରେ ଚାଷୀ ମାନଙ୍କ ଧାନ କ୍ରୟ କରାଯାଉନାହିଁ । ଏପରିକି ଧାନ କ୍ରୟ ସମୟରେ କଟନିଛଟନି କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।। ଚାଷୀ ଙ୍କ ଧାନ କିଣା ନଯାଇ କିଛି ବେପାରୀ ଙ୍କ ଧାନ କିଣାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଯୋଗାଣ ମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ ମଣ୍ଡି ରେ ବ୍ୟାପକ ।