କନକବ୍ୟୁରୋ : ନଷ୍ଟ ହୋଇଗଲାଣି ଚିନାବାଦାମ। ଏବେ ବାଦାମ ଲଗାଇବା ସମୟ। ଧାନ ପରେ ଚାଷୀ ବାଦମ ଚାଷ କରିଥାନ୍ତି ପୁରୀ କଣାସ ଅଂଚଳର ଚାଷୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ବିହନ ଯୋଗାଇ ଦିଆଯାଏ। ଚଳିତ ବର୍ଷ ଦିଆଯାଉଥିବା ବିହନ ନାଲି ପଡିଗଲାଣି । ଚାଷ ପାଇଁ ଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗଡ଼ସାନପୁଟ ପଂଚାୟତର ଚାଷୀ ।