କନକ ବ୍ୟୁରୋ: ଆନ୍ଦୋଳନ ପାଇଁ ହେଉଥିଲେ ସଜବାଜ । ଆଗରୁ ଚାଷୀଙ୍କୁ ଉଠେଇ ନେଲା ପୁଲିସ । ନୂତନ ଚାଷୀ ପଞ୍ଜୀକରଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଉଥିଲେ ଚାଷୀ ।
ପଞ୍ଜୀକରଣକୁ ସରଳ କରିବା ଦାବିରେ ବରଗଡ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ତଥା ରାଜପଥ ଅବରୋଧ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆନ୍ଦୋଳନ କରିବା ପୂର୍ଵରୁ ପୁଲିସ ଚାଷୀନେତାଙ୍କ ସହ ଅନ୍ୟ ଚାଷୀଙ୍କୁ କଳାପାଣି ମାର୍କେଟ ମଣ୍ଡିରୁ ପୁଲିସ ଉଠାଇ ନେଇଛି ।