କନକବ୍ୟୁରୋ : ଥମିବାର ନାଁ ନେଉନି ଚାଷୀ ମୃତ , ଉଜୁଡ଼ା ଧାନ ଫସଲ ଦେଖି ବିଲରେ ଟଳିପଡ଼ିଲେ ଚାଷୀ। କଟକ ନିଆଳି ତହସିଲ ଅନ୍ତଗତ ଅଲଣା ପଞ୍ଚାୟତ ମହାଙ୍ଗପଡ଼ା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୈଳାସ ପ୍ରଧାନ ନାମକ ଚାଷୀ ବିଲରେ ନଷ୍ଟ ହୋଇଯାଇଥିବା ଧାନ ଫସଲ ଦେଖି ମୃତ୍ୟୁବରଣ କରିଛନ୍ତି ।
ଲଘୁଚାପ ଜନିତ ବର୍ଷାରେ କୈଳାସଙ୍କର ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ସେପଟେ ଫସଲ ନଷ୍ଟ ଯୋଗୁଁ ପୁଣି ଚାଷୀ ଆତ୍ମହତ୍ୟା । ଜଗତସିଂହପୁର ଜିଲ୍ଲା ତାଣ୍ଡିକୁଳ ପଂଚାୟତ ସାରେଣା ଗାଁରେ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀ ହେଲେ କୃତିବାସ ସ୍ୱାଇଁ । ୩ଏକରରୁ ଅଧିକ ବିଲରେ ଧାନ ଚାଷ କରିଥିଲେ ।
ମାତ୍ର ବର୍ଷାରେ ଫସଲ ନଷ୍ଟ ହୋଇ ଯାଇଥିବା ହେତୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ସୂଚନା ମୁତାବକ ବର୍ଷା ଜନିତ କ୍ଷୟକ୍ଷତି ପରେ ସେ ବିଲର ଉଜୁଡା ଧାନକୁ ଦେଖି ଥରେ ବେହୋସ ହେବା ସହ ବାରମ୍ବାର କହୁଥିଲେ ସେ ଆଉ ବଞ୍ଚିବେ ନାହିଁ । ଅନ୍ୟପଟେ କିଛି ଧାର କରଜ ଏବଂ ମାଇକ୍ରୋ ଫାଇନାନ୍ସରୁ ଋଣ କରିଥିବା ହେତୁ କୃତିବାସ ସ୍ୱାଇଁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ।
ଗତକାଲି ସନ୍ଧ୍ୟାରେ ଉପର ଘରର ଠାକୁର ଘରେ ପୂଜା କରିବା ପରେ ଠାକୁର ଘରକୁ ଲାଗିଥିବା ଅନ୍ୟଏକ ରୁମରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ତାଙ୍କର ଦୁଇଟି ଝିଅ, ପତ୍ନୀ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/12/31/sLsZUtCqmLok9pWsytYo.jpg)