କନକ ବ୍ୟୁରୋ: ସାର ପାଇଁ ରାସ୍ତା ଅବରୋଧ । ୟୁରିଆ ସାର ଅଭାବ ଯୋଗୁଁ ସବୁଆଡେ ଚାଷୀ ଅସନ୍ତୋଷ ଲାଗି ରହିଛି । ଏହାରି ଭିତରେ ଆଜି ମାଲକାନଗିରି ମୋଟୁ ନିକଟସ୍ଥ ପୁସୁଗୁଡା ନିକଟରେ ଶତାଧିକ ଚାଷୀ ସାରର କଳା ବଜାରୀକୁ ନେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ନିର୍ଦ୍ଧାରିତ ମୁଲ୍ୟଠାରୁ ଅଧିକ ଦାମ୍ରେ ବିକ୍ରି ହେଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସାର ବସ୍ତାର ଦର ୨୬୮ ଟଙ୍କା ରହିଥିବା ବେଳେ ପୁସୁଗୁଡାର ଜ୍ୟୋତିର୍ମୟୀ ଆଣ୍ଡ ସୁଦର୍ଶନ ଟ୍ରେଡ଼ର୍ସ ଡିଲର ଚାଷୀଙ୍କୁ ବସ୍ତା ପ୍ରତି ୮୦୦ରୁ ହଜାରେ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରିଛନ୍ତି । ଉଭୟ ପଟେ ଅନେକ ଗାଡ଼ି ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ମୋଟୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/31/strike-2025-08-31-16-11-43.jpg)