ଚାଷ ଓ ଚାଷୀଙ୍କୁ ହତାଧର, କିରାଣିଙ୍କ ଭରସାରେ ଚାଲିଛି କୃଷି କାର୍ଯ୍ୟାଳୟ

Advertisment

ବର୍ଷ ସାରା ଏହି ଅଞ୍ଚଳରୁ ଧାନ, ନଡ଼ିଆ, ବିଭିନ୍ନ ପନିପରିବା ଆଦି ଉତ୍ପାଦନ ହୋଇ ବିଭିନ୍ନ ସ୍ଥାନକୁ ପଠାଯାଏ। କୃଷି ଉପରେ ନିର୍ଭର ଥିବା ଏହି ଅଞ୍ଚଳରେ କିନ୍ତୁ ଅବହେଳିତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ।  ସାକ୍ଷୀଗୋପାଳ ସ୍ଥିତ ଏହି କାର୍ଯ୍ୟାଳୟ ଏବେ ଅତି ଖରାପ ସ୍ଥିତିରେ । ଚାଷୀଙ୍କ କାମରେ ଲାଗିପାରୁନି ଏହି କୃଷି ଅଧିକାରୀ କାର୍ଯ୍ୟାଳୟ ।

ବର୍ଷ ସାରା ଏହି ଅଞ୍ଚଳରୁ ଧାନ, ନଡ଼ିଆ, ବିଭିନ୍ନ ପନିପରିବା ଆଦି ଉତ୍ପାଦନ ହୋଇ ବିଭିନ୍ନ ସ୍ଥାନକୁ ପଠାଯାଏ। କୃଷି ଉପରେ ନିର୍ଭର ଥିବା ଏହି ଅଞ୍ଚଳରେ କିନ୍ତୁ ଅବହେଳିତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ।  ସାକ୍ଷୀଗୋପାଳ ସ୍ଥିତ ଏହି କାର୍ଯ୍ୟାଳୟ ଏବେ ଅତି ଖରାପ ସ୍ଥିତିରେ । ଚାଷୀଙ୍କ କାମରେ ଲାଗିପାରୁନି ଏହି କୃଷି ଅଧିକାରୀ କାର୍ଯ୍ୟାଳୟ ।

puri

କନକ ବ୍ୟୁରୋ :  ପୁରୀ ଜିଲ୍ଲାର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ସାକ୍ଷୀଗୋପାଳ। ନଡ଼ିଆ ଉତ୍ପାଦନ ପାଇଁ ସାକ୍ଷୀଗୋପାଳର ରହିଛି ସ୍ବତନ୍ତ୍ର ପରିଚୟ। ସାକ୍ଷୀଗୋପାଳର ନଡ଼ିଆ ବିଦେଶକୁ ବି ଯାଏ । ସେହିପରି ପ୍ରମୁଖ କୃଷି ଅଞ୍ଚଳ ଭାବେ ମଧ୍ୟ ସାକ୍ଷୀଗୋପାଳ ଜଣାଶୁଣା। ମୋଟାମୋଟି ଭାବେ କହିବାକୁ ଗଲେ ସାକ୍ଷୀଗୋପାଳକୁ କୃଷକ ବହୁଳ ଅଞ୍ଚଳ ବି କହିପାରିବା। ବର୍ଷ ସାରା ଏହି ଅଞ୍ଚଳରୁ ଧାନ, ନଡ଼ିଆ, ବିଭିନ୍ନ ପନିପରିବା ଆଦି ଉତ୍ପାଦନ ହୋଇ ବିଭିନ୍ନ ସ୍ଥାନକୁ ପଠାଯାଏ। କୃଷି ଉପରେ ନିର୍ଭର ଥିବା ଏହି ଅଞ୍ଚଳରେ କିନ୍ତୁ ଅବହେଳିତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ।  ସାକ୍ଷୀଗୋପାଳ ସ୍ଥିତ ଏହି କାର୍ଯ୍ୟାଳୟ ଏବେ ଅତି ଖରାପ ସ୍ଥିତିରେ । ଚାଷୀଙ୍କ କାମରେ ଲାଗିପାରୁନି ଏହି କୃଷି ଅଧିକାରୀ କାର୍ଯ୍ୟାଳୟ । ଏନେଇ ବାରମ୍ବାର ଅଭିଯୋଗ ପରେ ଆମେ ପହଞ୍ଚିଥିଲୁ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ । ଦୃଶ୍ୟ ଥିଲା କିଛି ଏମିତି । ଦିନ ସାଢ଼େ ୧୨ଟାରେ ଅଫିସ ଭିତରେ ପଶିଲା ବେଳକୁ ଅଛନ୍ତି କେବଳ କ୍ଲର୍କ। ଅନେକ ସମୟରେ ଆସୁନାହାନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଛନ୍ତି ପ୍ରଶାସନ ଓ ସରକାର । ନାମକୁ ମାତ୍ର ଜିଲ୍ଲାର କୃଷି ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ, ହେଲେ ଅଧିକାଂଶ ସମୟରେ ଚାଷୀଙ୍କ କାମରେ ଆସୁନାହିଁ ଏହି ଅଫିସ ବୋଲି ଅଭିଯୋଗ କରୁଛନ୍ତି ଚାଷୀ । ନାହାନ୍ତି ଅଧିକ କର୍ମଚାରୀ। ଜଣେ ଅଧିକାରୀ ଓ ଜଣେ କ୍ଲର୍କଙ୍କୁ ନେଇ ଚାଲୁଛି ଏହି ଜିଲ୍ଲା କୃଷି କାର୍ଯ୍ୟାଳୟ । ପୁରୀ ଜିଲ୍ଲା ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଲକ୍ଷ ଲକ୍ଷ ଚାଷୀଙ୍କ ଉନ୍ନତି ନିମନ୍ତେ କରାଯାଇଥିଲା ଏହି କୃଷି କାର୍ଯ୍ୟାଳୟ । ହେଲେ ଚାଷୀଙ୍କ ଅଭିଯୋଗ ହେଉଛି ଅଫିସକୁ ଠିକ ଭାବରେ ଆସୁନାହାନ୍ତି ଅଧିକାରୀ। ଜିଲ୍ଲାର ଅତିରିକ୍ତ କୃଷି ଅଧିକାରୀ କାର୍ଯ୍ୟାଳୟ  ସମ୍ଭାଳୁଛନ୍ତି କିରାଣି । ଯିଏ ଅଫିସ ସଫାସୁତରା ସହ ରାତିରେ ୱାଚ୍‌ ମ୍ୟାନ କାମ ବି କରୁଛନ୍ତି । ଜଣେ ବ୍ୟକ୍ତି ଭରସାରେ ପୂରା କାର୍ଯ୍ୟାଳୟ । ଏପଟେ ଅନେକ ଚାଷୀ କାର୍ଯ୍ୟାଳୟକୁ ନିଜର ଚାଷ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆସୁଥିବା ବେଳେ କାମ ନ ହୋଇପାରିବାରୁ ଫେରିଯାଉଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି । ଏହି କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟରେ ଅଧିକ ଷ୍ଟାଫ୍‌ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇ ଜଣ ସମ୍ଭାଳୁଛନ୍ତି ପୂରା ଅଫିସ। ଖୋଲା ମେଲା ପଡ଼ି ରହୁଛି ଅଫିସ। ଷ୍ଟାଫଙ୍କ ପାଇଁ ଏହି ସରକାରୀ କ୍ବାର୍ଟର୍ସ ଥିବା ବେଳେ ବ୍ୟବହାର ନ ହେବା ଯୋଗୁ ଭୂତକୋଠି ପାଲଟି ଗଲାଣି ସରକାରୀ କ୍ବାର୍ଟର୍ସ। ମରାମତି ନ ହେଲେ ସେ ବି କେବେ ଭୁଶୁଡି ପଡ଼ିବ ତାହା କହିହେଉନି ।

  • କୃଷି ବହୁଳ ଅଞ୍ଚଳ ଭାବେ ପରିଚିତ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ
  • ନଡ଼ିଆ ଉତ୍ପାଦନ ପାଇଁ ସାକ୍ଷୀଗୋପାଳର ରହିଛି ସ୍ବତନ୍ତ୍ର ପରିଚୟ
  • ସାକ୍ଷୀଗୋପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ  ଅବହେଳିତ!
  • ଚାଷୀଙ୍କ କାମରେ ଲାଗିପାରୁନି, ଲୋକଙ୍କୁ ସେବା ଦେଇପାରୁନି
  • ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଚାଷୀ ନିର୍ଭରଶୀଳ
  • ଅନେକ ସମୟରେ ଆସୁନାହାନ୍ତି ଦାୟିତ୍ୱରେ ଥିବା ଅଧିକାରୀ!
  • ଜଣେ ଅଧିକାରୀ ଓ ଜଣେ କ୍ଲର୍କଙ୍କୁ ନେଇ ଚାଲୁଛି କୃଷି  କାର୍ଯ୍ୟାଳୟ 
  • ଷ୍ଟାଫଙ୍କ ପାଇଁ ନିର୍ମିତ ସରକାରୀ କ୍ବାର୍ଟର୍ସ ବି ଭୂତକୋଠି
  • ଅଭିଯୋଗ ପରେ ବି ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe