କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଗୌରଟିକ୍ରା ମାର୍କେଟ୍ ୟାର୍ଡରେ ଟାର୍ଗେଟ୍ ନ ଆସିବାରୁ ଚାଷୀମାନେ ମଣ୍ଡି ଅଫିସରେ ତାଲା ପକାଇ ବା ସହ ମୁଖ୍ୟ ଫାଟକରେ ତାଲା ପକାଇବା ଭଳି ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୨ ଘଣ୍ଟା ପରେ ଖବର ପାଇ ତହସିଲଦାର କେ.ରିଚୀ.କୁମାର,  ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ଆରଏମସି ସଂପାଦକ ଶଶାଙ୍କ ଶେଖର ସାହାଣୀ, ଯୋଗାଣ ନିରୀକ୍ଷକ ଚନ୍ଦ୍ରଧ୍ୱଜ ଭୋଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ୧୩ ତାରିଖରେ ୧୮ ଶହ କ୍ବିଣ୍ଟାଲର ଟାର୍ଗେଟ୍ ଆସିଥିଲା। ଯାହାକି ଦୁଇ ଦିନ ମଧ୍ୟରେ ସରିଯାଇଥିଲ। ମଙ୍ଗଳବାର ସୁଦ୍ଧା ମଣ୍ଡିକୁ ଟୋକନ୍ ଆସିଥିବା  ୬ ହଜାର ୧୪୨ ପାକେଟ୍ ଧାନ ପହଂଚି ଥିବା ବେଳେ ଟୋକନ ଆସି ନଥିବା ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପାହାଡ଼ ଭଲି ଗଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାଛଡ଼ା କିଛି ମିଲକୁ ଏହି ମିଣ୍ଡ ପାଇଁ ଟ୍ୟାଗ୍ କରି ଟାର୍ଗେଟ୍ ଦିଆଯାଉଥିଲେ ସୁଦ୍ଧା ଉକ୍ତ ମିଲଗୁଡ଼ିକ ମନମାନି କରି ଖାମଖିଆଲି ଭାବେ ଧାନ ଉଠାଉଥିବାର ଚାଷୀମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲ।।  ନୂତନ ଟାର୍ଗେଟ୍ ଆସୁ ନ ଆସିବା, ମିଲରଙ୍କ ଧାନ ସଂଗ୍ରହରେ ଅସହଯୋଗ କରୁଥିବାରୁ ଚାଷୀମାନେ ତାତି ଶେଷରେ ଚାଷୀମାନେ ଅଫିସ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକରେ ତାଲା ଦେଇଥିଲେ। ଅଧିକାରୀଗଣ ଚାଷୀଙ୍କ ସହ ଆଲୋଚନା କରିବା ପରେ ସଂଧ୍ୟାରେ ୫୧ ଶହ କ୍ବିଣ୍ଟାଲର ଟାର୍ଗେଟ ଆସିଥିଲା। ଟାର୍ଗେଟ ଆସିବା ପରେ ରାତିରେ  ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକରେ ଧାନ ଲୋଡ୍ ହେଉଥିବା ଦେଖିବାକୁ ମିଳିଥିଲା। ଯେଉଁ ମିଲର୍ ଧାନ ଉଠାଉ ନଥିଲେ ବୁଧବାର ସକାଳେ ଧାନ ଉଠାଉଥିବା ଦେଖିବାକୁ ମିଳିଥିଲା।