chasi 15 Photograph: (KanakNews )
କନକବ୍ୟୁରୋ : ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପ୍ରଦାନ କରିଛି ପ୍ରଶାସନ । ସତ୍ୟବାଦୀ ଅଂଚଳର ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ ପ୍ରଦାନ କରାଯାଇଛି । ସତ୍ୟବାଦୀ ଅଂଚଳର ୨୪ଟି ପଂଚାୟତର ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ ପରେ ସତ୍ୟବାଦୀ ପାଇଁ ଆସିଛି ୩ କୋଟି ୩୧ ଲକ୍ଷ ଟଙ୍କା । ଜୟପୁର, କାଦୁଆ, ବିଶ୍ଵନାଥପୁର, ଦାସ ବିଦ୍ୟାଧରପୁର ପଂଚାୟତ ଚାଷୀଙ୍କ ପାଇଁ କ୍ଷତିପୂରଣ ରାଶି ୫୬ ଲକ୍ଷ ଟଙ୍କା ଦିଆଯାଇଛି ।
ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା । ବିଲରେ ଗଜା ହୋଇଥିଲା ପାଚିଲା ଧାନ । କ୍ଷତିପୂରଣ ଦାବିରେ ଅନେକ ସ୍ଥାନରେ ଚାଷୀ ଅଭିଯୋଗ କରିଥିଲେ । ପ୍ରଶାସନ ତରଫରୁ କ୍ଷତିପୂରଣର ଅନୁଧ୍ୟାନ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ତହସିଲଦାର ସନ୍ତୋଷୀ ପାଣିଗ୍ରାହୀ ସତ୍ୟବାଦୀର ସମସ୍ତ ଆରଆଇ ଓ କୃଷି ଅଧିକାରୀଙ୍କ ଆଲୋଚନା କରିଥିଲେ । ଆଜି ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ ପ୍ରଦାନ କରାଯାଇଛି । ସେପଟେ ଚଳିତ ବର୍ଷ ସମସ୍ୟା ଚାଷୀଙ୍କ ପିଛା ଛାଡୁନି
ଗଂଜାମରେ ଗତ ୩ ତାରିଖରେ ମଣ୍ଡି ଖୋଲିଥିଲା । ପରେ ମିଲରଙ୍କୁ ଟାର୍ଗେଟ ମିଳିବାରେ ବିଳମ୍ବ ହେବାରୁ ସମସ୍ୟା ହୋଇଥିଲା। ଏବେ ମିଲରଙ୍କୁ ଟାର୍ଗେଟ ମିଳିଛି ସତ ହେଲେ ଅନେକ ଚାଷୀଙ୍କୁ ଟୋକେନ୍ ମିଳିନି। ତେଣୁ ଅମଳ ଧାନକୁ ଚୋରି,ବନ୍ୟ ଜନ୍ତୁ ଓ ନିଆଁ କବଳରୁ ରକ୍ଷା କରିବା ପାଇଁ ଶୀତ କାକର ରାତି ଅନିଦ୍ରା ହୋଇ ଜଗି ରହିଛି। ଏମିତି କି ପାଳି କରି ଖଳାମୁଣ୍ଡରେ କୁଡିଆ କରି ଅମଳ ଧାନକୁ ଜଗି ରହୁଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଜଳି ଗାଁରେ।
Follow Us