ମାତ୍ର ୨ ଟଙ୍କାରେ କିଲେ ଟମାଟୋ ; ଚିନ୍ତାରେ ପରିବା ଚାଷୀ

ଗଞ୍ଜାମ ଜିଲ୍ଲାରେ ଟମାଟୋ ଅଭାବି ବିକ୍ରି । ୨ରୁ ୩ ଟଙ୍କାରେ ପହଞ୍ଚିଲା ଟମାଟୋ ଦର । ପାରିଶ୍ରମିକ ମିଳୁନଥିବାରୁ ବିଲରେ ଛାଡ଼ିଦେଲେ ପାଚିଲା ଟମାଟୋ,  ଚାଷୀ ନିରାଶ ।

tomato-1

tomato-1 Photograph: (kanakNews)

କନକ ବ୍ୟୁରୋ: ୨ ଟଙ୍କାରେ କିଲେ ଟମାଟୋ । ମାତ୍ର ୫ ଦିନରେ ଟମାଟୋ ଦର ହୋଇଛି ଅଧା । ଗଞ୍ଜାମରେ ଟମାଟୋର ଅଭାବି ବିକ୍ରି ଚାଷୀଙ୍କୁ କଷ୍ଟ ଦେଉଛି । ପାରିଶ୍ରମିକ ମିଳୁନଥିବା ଯୋଗୁଁ ହେକ୍ଟର ହେକ୍ଟର ଟମାଟୋ ସେଭଳି ଚାଷଜମିରେ ଛାଡ଼ି ପଳାଇଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ ଗାଁରେ । 

ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ, ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଭଲ ପନିପରିବା ଚାଷ ହୋଇଛି । ସେହିକ୍ରମରେ ଟମାଟୋ ମଧ୍ୟ ଭଲ ଚାଷ ହୋଇଛି । ଚାଷ ଭଲ ହୋଇଥିବା ଯୋଗୁଁ ଚଳିତ ବର୍ଷ ଟମାଟୋ ବିକ୍ରି ହେଲେ ଋଣ କରିଥିବା ଚାଷୀ ପରିଷୋଧ କରିବ ବୋଲି ଭାବିଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ଟମାଟୋ ଅମଳ ହୋଇଥିବା ବେଳେ ୧୫ ରୁ ୨୦ ଟଙ୍କାରେ ପ୍ରଥମେ ଟମାଟୋ ବିକ୍ରି ହେଉଥିଲା । କିନ୍ତୁ ହଠାତ୍‌ ଗତ ୪ ରୁ ୫ ଦିନ ହେଲାଣି ଟମାଟୋର ଦର ଖସି ଆସି ୨ ଟଙ୍କାରୁ ୩ ଟଙ୍କାରେ ମିଳୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ। 

ତିନି ମାସ ଧରି ଟମାଟୋକୁ ଚାଷ କରିବା ପାଇଁ ଚାଷୀର ସପରିବାର ଲାଗିପଡ଼ିଥିଲେ। ଏହାସହିତ ଚାଷ ପାଇଁ ଔଷଧ, ମୂଲିଆ ସହ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟଲାଗିଥିଲା । ପ୍ରାୟ ଗୋଟିଏ ଏକର ପିଛା ୩୦ ହଜାରରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ମାତ୍ର ୫ ହଜାର ଟଙ୍କା ମଧ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe