କନକ ବ୍ୟୁରୋ : ଚାଷୀଙ୍କ ଚିନ୍ତା ବଢ଼ାଇଲା ତେଲେଙ୍ଗିରି ଡ଼୍ୟାମ। ପାଣି ପାଇଁ ସୁପରିଟେଣ୍ଡେଣ୍ଟଙ୍କ  ଅଫିସ ଘେରିଲେ ଶତାଧିକ ଚାଷୀ।  ରବି ଚାଷ ପାଇଁ ପାଣି ନ ଯୋଗାଇଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ଗତ ୪ ଦିନ ହେଲା ତେଲେଙ୍ଗିରି ଡ଼୍ୟାମରୁ ଅନବରତ ପାଣି ଲିକ୍ ହେବାରେ ଲାଗିଛି। ପ୍ରବଳ ବେଗରେ ଏବେ ପାଣି ବାହାରୁଥିବାରୁ ଅସନ୍ତୋଷ ବଢିଚାଲିଛି । ବୋରିଗୁମ୍ମା ବ୍ଳକର ୯ ଟି ପଚାଂୟତର ଚାଷୀ ବାରିଣିପୁଟ ସ୍ଥିତ ବିଭାଗୀୟ ଅଧିକାରୀଙ୍କ ଅଫିସକୁ ଘେରିବା ସହ ନାରା ବାଜି ଦେଇଛନ୍ତି। ୨ ଦିନ ଭିତରେ ସମାଧାନ ନହେଲେ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଚାଷୀ।