କନକ ବ୍ୟୁରୋ : ପବ୍ରିତ୍ର ଅକ୍ଷୟ ତୃତୀୟ ଅବସରରେ ଚାଷୀ ଚାଷ କାମର ଅନୁକୂଳ କରିଛି । ଜମିରେ ଅନୁକୂଳ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ନେତା ଅକ୍ଷିମୁଠି ପକାଇଛନ୍ତି । କିନ୍ତୁ ଚାଷୀ ଚାଷ କାମର ଶୁଭ ଅନୁକୂଳ କରିଥିଲେ ବି ସେମାନଙ୍କ ପାଖରେ ବିହନ ପହଁଚି ନଥିବାରୁ ଚିନ୍ତାରେ ପଡିଛନ୍ତି ।

Advertisment

ଅକ୍ଷିମୁଠି ପକାଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଅନ୍ନଦାତା । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ନେତା ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ପକାଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥିସହ ଆରମ୍ଭ ହୋଇଛି ଚଳିତ ବର୍ଷର ଚାଷ କାର୍ଯ୍ୟ ।

ପବିତ୍ର ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଚାଷ ପାଇଁ ଜମି ବି ପ୍ରସ୍ତୁତ ହୋଇ ରହିଛି । ଚାଷୀ ଚାଷ କାର୍ଯ୍ୟକୁ ଆଗେଇ ନେବାକୁ ଅପେକ୍ଷା କରିଛି । କିନ୍ତୁ ଚାଷୀ ପାଖରେ ବିହନ ନାହିଁ । ବିହନ ନଥିବାରୁ କେମିତି ଚାଷ କରିବ ସେ ନେଇ ଚିନ୍ତାରେ ପଡିଛନ୍ତି । ରାଜ୍ୟ ସରକାର ତୁରନ୍ତ ବିହନ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ବିହନକୁ ନେଇ ଚାଷୀ ଉଦବେଗ ପ୍ରକାଶ କରୁଥିବାବେଳେ ଆଶ୍ୱାସନା ଦେଇଛନ୍ତି ସରକାର । କୃଷି ବିଭାଗ ପ୍ରମୁଖ ସଚିବ କହିଛନ୍ତି, ଗତକାଲିଠାରୁ ପୋର୍ଟାଲ ଖୋଲିବା ସହ ଆଜିଠାରୁ ଧାନ ବିହନ ବିକ୍ରି ଆରମ୍ଭ ହୋଇ ସାରିଛି । ୪ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ବିହନ ଚଳିତଥର ଚାଷୀଙ୍କୁ ଦିଆଯିବ । ଚାଷୀମାନେ ଠିକ୍ ସମୟରେ ଧାନ ବିହନ ନପାଇଲେ ନିକଟସ୍ଥ କୃଷି ଅଧିକାରୀଙ୍କୁ ଜଣାଇବାକୁ କହିଛନ୍ତି  ।

ଆଜିକାଲି ଅଧିକାଂଶ ଚାଷୀ ସରକାରୀ ବିହନ ଉପରେ ନିର୍ଭର କରୁଛନ୍ତି । ତେଣୁ ଚାଷୀଙ୍କ ପାଖରେ ଯେମିତି ଠିକ୍ ସମୟରେ ଧାନ ବିହନ ପହଁଚିବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ବଡ଼ୁଛି ।