କନକ ବ୍ୟୁରୋ: ବାଦାମ ଚାଷୀଙ୍କ ବଢୁଛି ଚିନ୍ତା । ବିହନରେ ବି ହେରଫେର କରାଯାଉଥିବା ଅଭିଯୋଗ ଆଣି ତାତିଲେ ଚାଷୀ ।
ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ସାନପୁଟ ପଞ୍ଚାୟତର ଚିନା ବାଦାମ ଚାଷୀଙ୍କ ଅଭିଯୋଗ । ବର୍ଷା ଋତୁ ଶେଷ ହେବା ପରେ ଶୀତ ପ୍ରବେଶ କରିସାରିଲାଣି । ଅକ୍ଟୋବର ରୁ ନଭେମ୍ବର ୧୫ ମଧ୍ୟରେ ବିହନ ବୁଣିବା ସମୟ । ତେବେ ଚାଷୀମାନଙ୍କ ପାଇଁ ବାଦାମ ବିହନ ଆସିଯାଇଥିବା ବେଳେ ଏହା ଚାଷୀଙ୍କୁ ଦିଆଯାଉନି । ଗୋଦାମ ଘରେ ରଖାଯାଇ ଅନ୍ୟତ୍ର ନେବା ପାଇଁ ଉଦ୍ୟମ ଆରମ୍ଭ କରାଯାଉଥିବାବେଳେ ଏହାକୁ ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତି ବର୍ଷ ଚାଷୀଙ୍କ ବିହନକୁ ରାଜନୀତି କରଣ ଓ ହେରଫେର ହେଉଛି । ପ୍ରକୃତ ଚାଷୀ ବିହନ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ବିହନକୁ ବ୍ୟକ୍ତିଗତ ଘରେ ନରଖାଜାଇ ସର୍ବସାଧାରଣ ଆଗରେ ରଖି ପ୍ରକୃତ ଚାଷୀଙ୍କୁ ବଣ୍ଟନ କରିବା ପାଇଁ ଚାଷୀ ଦାବି କରିଛନ୍ତି।
ଦୀର୍ଘ ସମୟ ଧରି ଆନ୍ଦେଳନ କରିଥିଲେ ଚାଷୀ । ବିହନ ଚଳିତ ମାସ ନଭେମ୍ବର ମାସ ୯ ତାରିଖରେ ଆସିଥିଲା । ବିହନ ଆସିବାର ଦିନେ ଦୁଇ ଦିନ ମଧ୍ୟରେ ଏହାକୁ କ୍ଷେତରେ ବୁଣାଯିବା ହେଲେ ଚାଷୀଙ୍କୁ ଦିଆଯାଉନି । ସେପଟେ ବାଦାମ ମଂଜି ନାଲି ପଡ଼ିଗଲାଣି । ଏହାକୁ ନେଇ ଚାଷ କରିବା ସଠିକ୍ ହେବ ନାହିଁ ବୋଲି ଚାଷୀ କହିଛନ୍ତି । ତେବେ ଖୁବଶୀଘ୍ର ଉନ୍ନତମାନର ବାଦାମ ବିହନ ଯୋଗାଇ ଦିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି ।
ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଯୋଗାଉଥିବା ବାଦାମ ବିହନ ସଠିକ୍ ସମୟରେ ପହଂଚିଲେ ଚାଷୀମାନେ ଭଲ ଚାଷ କରିବା ସହିତ ଆର୍ଥିକ ସ୍ଥିତିର ସୁଧାର ଆଣି ପାରିବେ ବୋଲି ଚାଷୀ ମାନେ ଦାବି କରିଛନ୍ତି ।