ପୁରୀରେ ଚାଷୀ ମୃତ୍ୟୁ ଘଟଣା: ୧୦ ହଜାର ଟଙ୍କା ଦେଇ କାମ ସାରିଦେଲା ପ୍ରଶାସନ

Advertisment

ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ଯେଉଁ ଚାଷ କରିଥିଲେ ପୂର୍ଣ୍ଣଚନ୍ଦ୍ର, ଏବେ କେମିତି ତାକୁ ଶୁଝିବେ ତାକୁ ନେଇ ଚିନ୍ତାରେ ପରିବାର ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ଯେଉଁ ଚାଷ କରିଥିଲେ ପୂର୍ଣ୍ଣଚନ୍ଦ୍ର, ଏବେ କେମିତି ତାକୁ ଶୁଝିବେ ତାକୁ ନେଇ ଚିନ୍ତାରେ ପରିବାର ।

jhgj

କନକ ବ୍ୟୁରୋ : ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ଯେଉଁ ଚାଷ କରିଥିଲେ ପୂର୍ଣ୍ଣଚନ୍ଦ୍ର, ଏବେ କେମିତି ତାକୁ ଶୁଝିବେ ତାକୁ ନେଇ ଚିନ୍ତାରେ ପରିବାର। ଆଜି ତହସିଲଦାର ଓ ସ୍ଥାନୀୟ ବିଧାୟକ ଚାଷୀଙ୍କ ପରିବାରକୁ ଭେଟି ରେଡକ୍ରସ ପକ୍ଷରୁ ମାତ୍ର ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି । ସେପଟେ ପୋଷ୍ଟମର୍ଟମ ହୋଇନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡୁନଥିବା କହି ତହସିଲଦାର ଘଟଣାକୁ ଏଡାଇ ଦେଇଛନ୍ତି । 

ଅଦିନିଆ ବର୍ଷାରେ ନିଜ ସୁନାର ଫସଲ ନଷ୍ଟ ହେବା ଦେଖି ବିଲ ମୁଣ୍ଡରେ ଟଳିପଡିଲେ ସତ୍ୟବାଦୀ ବ୍ଲକ ଡୁଙ୍ଗର ଗାଁର ପୂର୍ଣ୍ଣଚନ୍ଦ୍ର ଦଳେଇ। ଲକ୍ଷାଧିକ ଟଙ୍କା ଧାର କରଜ କରି ଚାଷ କରିଥିଲେ । ଭାବିଥିଲେ, ଫସଲ ଅମଳ ପରେ ବିକି ଧାର କରଜ ଶୁଝିଦେବେ। ହେଲେ ଲଘୁଚାପ ଜନିତ ବର୍ଷା ପରେ ଚାଷ ନଷ୍ଟ ହେବା ଦେଖି ସହିପାରିନଥିଲେ ପୂର୍ଣ୍ଣଚନ୍ଦ୍ର । ଆଜି ମୃତ ଚାଷୀଙ୍କ ପରିବାରକୁ ଯାଇ ଭେଟିଛନ୍ତି ସ୍ଥାନୀୟ ବିଧାୟକ ଏବଂ ସତ୍ୟବାଦୀ ତହସିଲଦାର। ରେଡକ୍ରସ୍ ପକ୍ଷରୁ ମାତ୍ର ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି। କିନ୍ତୁ ରୁଣ ଭାରରେ ବୁଡ଼ିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ପାଇଁ ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏବେ କେମିତି ଶୁଝିବେ ରୁଣ, ସେହି ଚିନ୍ତାରେ ପରିବାର । ସେପଟେ ମୃତ୍ୟୁ ପରେ ପୋଷ୍ଟମର୍ଟମକୁ ନେଇ ଚିନ୍ତା ବଢିଛି। ସତ୍ୟବାଦୀ ମେଡିକାଲର ଡାକ୍ତର, ଶବ ବ୍ୟବଚ୍ଛେଦ ପାଇଁ କହିନଥିବା ପରିବାର ଲୋକ କହୁଥିବା ବେଳେ ତହସିଲଦାରଙ୍କ ଅଭିଯୋଗ, ଶବ ବ୍ୟବଚ୍ଛେଦ ହୋଇନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡୁନାହିଁ । 

କେମିତି ହେଲା ଚାଷୀଙ୍କ ମୃତ୍ୟୁ, ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଚାଷୀମାନେ ଅଧୈର୍ୟ୍ୟ ନହେବାକୁ ପରାମର୍ଶ ଦେବା ସହିତ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ। ସେପଟେ ହୃଦ୍‌ଘାତ ଯୋଗୁଁ ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଅଧିକ ତଦନ୍ତ ପାଇଁ ରାଜସ୍ବ ଓ କୃଷି ବିଭାଗର ଅଧିକାରୀ ଆଜି ଘଟଣାସ୍ଥଳକୁ ଯାଇଛନ୍ତି । କିଏ କହୁଛି ସତ? ପୋଷ୍ଟମର୍ଟମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ନା ପରିବାର ଲୋକେ ପୋଷ୍ଟମର୍ଟମ କରାଇ ନାହାନ୍ତି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe