Baragarh Photograph: (kanak news)
କନକ ବ୍ୟୁରୋ: ବରଗଡ଼ରେ ଜିଲ୍ଲା ପ୍ରଶାସନ ସହ ମୁହାଁମୁହିଁ ହୋଇଛନ୍ତି ଚାଷୀ , ବସିଛି ଡିଏଲପିସି ବୈଠକ । ନଭେମ୍ବର ୨୮ରୁ ଧାନ କିଣା ଆରମ୍ଭ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । କିଛି ଦିନ ହେଲା ପଞ୍ଜୀକରଣ ସମସ୍ୟା ନେଇ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ହେଲେ ବୈଠକ ପୂର୍ବରୁ ଶତାଧିକ ଚାଷୀଙ୍କୁ ପୁଲିସ ଜୋର୍ ଜବରଦସ୍ତ ଉଠାଇ ନେଇ ଆଲୋଚନା କରାଯାଇଥିବାରୁ ଚାଷୀ ମହଲରେ ଦେଖାଦେଇଛି ଅସନ୍ତୋଷ ।
ବହୁ ବାଦ ବିବାଦ ପରେ ବରଗଡ଼ରେ ଧାନ ସଂଗ୍ରହ ପାଇଁ ବସିଛି ପ୍ରସ୍ତୁତି ବୈଠକ । ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଷୀ, ମିଲର୍ସ ଓ ପ୍ରାଶାସନିକ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠତ ହୋଇଛି । ଧାନ କିଣା, ଚାଷୀଙ୍କ ପଞ୍ଜୀକରଣ ସମସ୍ୟା ସହ ମିଲର୍ସ ଚାଉଳ ନେଉନଥିବା ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ପରେ ଆସନ୍ତା ୨୮ ତାରିଖରୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ କରିବା ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ--ବିଜେଡି ହାରିଲା ନୂଆପଡ଼ା ବାଜି; ଶ୍ରୀମୟୀଙ୍କ ସହ ସ୍ବର ମିଳାଇ କଟାକ୍ଷ କଲେ ଏଲିନା
ଅନ୍ୟପଟେ ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ଶତାଧିକ ଚାଷୀ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ବରେ ଗତ ନଭେମ୍ବର ୧୦ରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିଲେ । ଆନ୍ଦୋଳନ ଭୟରେ ବୈଠକ ପୂର୍ବରୁ ପୁଲିସ୍ ଆନ୍ଦୋଳନରତ ଶତାଧିକ ଚାଷୀଙ୍କୁ ଜୋର୍ ଜବରଦସ୍ତ ଉଠାଇନେଇଛି । ଯାହାକୁ ନେଇ ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି । କହିଛନ୍ତି, ଚାଷୀଙ୍କ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ । ବରଗଡ଼ରେ ଚାଷୀଙ୍କ ସମସ୍ୟା ଜଟିଳ ହୋଇଥିବା ବେଳେ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ।
Follow Us