ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ ।

Advertisment

ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ। ମଣ୍ଡିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଚାଷୀ

ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ। ମଣ୍ଡିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଚାଷୀ

MANDI CONTROL ROOM

କନକ ବ୍ୟୁରୋ: ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ। ମଣ୍ଡିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଚାଷୀ। ଏଥିପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଯାହାକୁ ଉଦଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ।  ଏହି କଣ୍ଟ୍ରୋଲ ରୁମ ଜରିଆରେ ସବୁ ମଣ୍ଡି ଉପରେ ସିସିଟିଭି ଜରିଆରେ ନଜର ରଖିବ ଯୋଗାଣ ବିଭାଗ। ଏହାସହ ୧୯୬୭ ନମ୍ବରରେ କଲ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜାଣିପାରିବେ ଚାଷୀ। ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ମଣ୍ଡିରେ ଚାଷୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିସହ ସୁରୁଖୁରୁରେ ଧାନ ଉଠିବା ଓ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ଏଭଳି ପଦକ୍ଷେପ ନେଇଛି ବିଭାଗ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe