କନକ ବ୍ୟୁରୋ: ସାର ପାଇଁ ରାସ୍ତା ରୋକ । ଶତାଧିକ ଚାଷୀ ରାସାୟନିକ ସାର ଯୋଗାଇ ଦେବା ଦାବି କରିଛନ୍ତି । ଚାଷ ପାଇଁ ସାର ଦରକାର । ଏନେଇ ବହୁବାର ଜଣାଇବା ପରେ ବି ସାର ମିଳୁନି । ଚାଷ କାମ ଆରମ୍ଭ ହୋଇଗଲାଣି । ଚାଷ ପାଇଁ ଆବଶ୍ୟକ ହେଉଥିବା ସାର ମିଳିପାରୁନି । ବଜାର ଯାଇ ନିରାଶ ହୋଇ ଫେରୁଛନ୍ତି ଚାଷୀ । ଯାହାର ପ୍ରତିବାଦରେ ନବରଙ୍ଗପୁର ଉମରକୋଟକୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ରଖିଛନ୍ତି ଚାଷୀ ମାନେ । ବର୍ତ୍ତମାନ ଧାନ ଓ ମକା ଚାଷରେ ୟୁରିଆ ସାରର ଆବଶ୍ୟକ ରହିଛି । ହେଲେ ଆବଶ୍ୟକ ଅନୁସାରେ ସାରି ମିଳୁନଥିବାରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବଜାରରେ ସାର ଉପଲବ୍ଧ ନଥିବାରୁ ଖୁବଶୀଘ୍ର ସାର ସୁବିଧା କରିବାକୁ ଚାଷୀ ଦାବି କରିଛନ୍ତି।
ଅନ୍ୟସ୍ଥାନ ଭଳି ମାଲକାନଗିରିରେ ମଧ୍ୟ ସାର ପାଇଁ ବିରୋଧ । ରାଜରାସ୍ତାରେ ଚାଷୀର ଗଜର୍ନ । ସାର ପାଇଁ ରାସ୍ତାକୁ ଓହ୍ଲାଇଛି ଚାଷୀ । ମାଲକାନଗିରି ସିଖପାଲ୍ଲୀଠାରେ ରାସ୍ତା ଅବରୋଧ କରି ପ୍ରତିବାଦ ଜାରି ରହିଛି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାର ପାଇଁ ଏହି ବିକ୍ଷୋଭ କରାଯାଉଛି । ୩୨୬ ନମ୍ବର ଜାତୀୟ ରଜପଥରେ ବିକ୍ଷୋଭ କରିବା ସହିତ ଅବରୋଧ କରି ବସିଛନ୍ତି ଚାଷୀ ମାନେ । ଯାହାଫଳରେ ଉଭୟ ପଟରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।