ବର୍ଷା ପରେ ଚାଷ କାମ ଜୋର୍; ହେଲେ ଏବେ ବି ବିହନ ଅପେକ୍ଷାରେ ଚାଷୀ

Advertisment

ସଅଳ ମୌସୁମୀ ଆସୁଥିବାରୁ ଆଗକୁ ଯେମିତି ଧାନ ଚାଷ ପ୍ରଭାବିତ ନ ହେବ ସେଥିପାଇଁ ସରକାର ଯୋଗାଇ ଦେଉଥିବା ବିହନକୁ ଅପେକ୍ଷା କରିଛି ଚଷାପୁଅ । କିନ୍ତୁ ଯେତିକି ବିହନ ଆସୁଛି ତାହା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ ।

ସଅଳ ମୌସୁମୀ ଆସୁଥିବାରୁ ଆଗକୁ ଯେମିତି ଧାନ ଚାଷ ପ୍ରଭାବିତ ନ ହେବ ସେଥିପାଇଁ ସରକାର ଯୋଗାଇ ଦେଉଥିବା ବିହନକୁ ଅପେକ୍ଷା କରିଛି ଚଷାପୁଅ । କିନ୍ତୁ ଯେତିକି ବିହନ ଆସୁଛି ତାହା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ ।

ବିଲ ପ୍ରସ୍ତୁତ, ବିହନକୁ ଅପେକ୍ଷା

ବିଲ ପ୍ରସ୍ତୁତ, ବିହନକୁ ଅପେକ୍ଷା Photograph: (KANAK NEWS)

କନକ ବ୍ୟୁରୋ: ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବା ପରେ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି ଚାଷୀ । ହଳ ବଳଦ ଲଗାଇ ଜମିକୁ ହଳ କରିବା ଆରମ୍ଭ କରିଦେଇଛି, କିନ୍ତୁ ବିହନ ଅଭାବରୁ ଆଗେଇପାରୁନି ଚାଷ କାମ ।

  • ବର୍ଷା ପରେ ଚାଷ କାମ ଜୋର୍
  • ବିହନ ଅପେକ୍ଷାରେ ଚାଷୀ 

ବର୍ଷା ପରେ ଚାଷ କାମ ଆରମ୍ଭ ହୋଇଥିଲେ ବି, ଏ ଯାଏ ଚାଷୀ ଧାନ ମୁଠାଏ ବୁଣିପାରିନି ।  ସଅଳ ମୌସୁମୀ ଆସୁଥିବାରୁ ଆଗକୁ ଯେମିତି ଧାନ ଚାଷ ପ୍ରଭାବିତ ନ ହେବ ସେଥିପାଇଁ ସରକାର ଯୋଗାଇ ଦେଉଥିବା ବିହନକୁ ଅପେକ୍ଷା କରିଛି ଚଷାପୁଅ । କିନ୍ତୁ ଯେତିକି ବିହନ ଆସୁଛି ତାହା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ । ତେଣୁ ସରକାର ତୁରନ୍ତ ବିହନ ଯୋଗାଇ ଦେବାକୁ ଦାବି ହୋଇଛି ।

ବିହନ ସହ ସାର ଓ କୀଟନାଶକ ମଧ୍ୟ ଠିକ ସମୟରେ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଚାଷ ପାଇଁ ବିହନ ଓ ସାର ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe