କନକ ବ୍ୟୁରୋ: ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବା ପରେ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି ଚାଷୀ । ହଳ ବଳଦ ଲଗାଇ ଜମିକୁ ହଳ କରିବା ଆରମ୍ଭ କରିଦେଇଛି, କିନ୍ତୁ ବିହନ ଅଭାବରୁ ଆଗେଇପାରୁନି ଚାଷ କାମ ।
- ବର୍ଷା ପରେ ଚାଷ କାମ ଜୋର୍
- ବିହନ ଅପେକ୍ଷାରେ ଚାଷୀ
ବର୍ଷା ପରେ ଚାଷ କାମ ଆରମ୍ଭ ହୋଇଥିଲେ ବି, ଏ ଯାଏ ଚାଷୀ ଧାନ ମୁଠାଏ ବୁଣିପାରିନି । ସଅଳ ମୌସୁମୀ ଆସୁଥିବାରୁ ଆଗକୁ ଯେମିତି ଧାନ ଚାଷ ପ୍ରଭାବିତ ନ ହେବ ସେଥିପାଇଁ ସରକାର ଯୋଗାଇ ଦେଉଥିବା ବିହନକୁ ଅପେକ୍ଷା କରିଛି ଚଷାପୁଅ । କିନ୍ତୁ ଯେତିକି ବିହନ ଆସୁଛି ତାହା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ । ତେଣୁ ସରକାର ତୁରନ୍ତ ବିହନ ଯୋଗାଇ ଦେବାକୁ ଦାବି ହୋଇଛି ।
ବିହନ ସହ ସାର ଓ କୀଟନାଶକ ମଧ୍ୟ ଠିକ ସମୟରେ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଚାଷ ପାଇଁ ବିହନ ଓ ସାର ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/05/25/qlWu1i86lOJF1wf6cSa2.jpg)