ଚିନ୍ତାରେ କପା ଚାଷୀ ; ବିକ୍ରି କରିବାକୁ ସୁବିଧା ନଥିବାରୁ କ୍ଷତି ସହୁଛନ୍ତି ଚାଷୀ

କ୍ଷତି ସହୁଛନ୍ତି ଧଳାସୁନା ଚାଷୀ । ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ କପା କିଣିବା ପାଇଁ କର୍ଲାପଡ଼ା, ଉତକେଲା ଓ ଉଛୁଳା ଠାରେ ୩ଟି କପା ମଣ୍ଡି ଖୋଲାଯାଇଛି । ୧୩ଟି ବ୍ଲକର ଚାଷୀଙ୍କ ପାଇଁ ମାତ୍ର ୩ଟି ମଣ୍ଡି ଖୋଲିଥିବାରୁ ବିକ୍ରି ପାଇଁ ସମସ୍ୟା ଭୋଗୁଛନ୍ତି ଚାଷୀ ।

21wafdewfg

Photograph: (kanaknews)

କନକ ବ୍ୟୁରୋ : କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା । ହେଲେ ପରିତାପର ବିଷୟ ଜିଲ୍ଲାରେ ଗୋଟିଏ ବି ସରକାରୀ ଜିନିଂ ମିଲ୍ କିମ୍ବା ସ୍ପିନିଂ ମିଲ୍ ନାହିଁ । କଳାହାଣ୍ଡି ଜିଲ୍ଲାର କପା ଲମ୍ବା ତନ୍ତୁଜାତୀୟ ଓ ଅତ୍ୟନ୍ତ ଉଚ୍ଚମାନର ହୋଇଥିବାରୁ ବିଦେଶକୁ ରପ୍ତାନୀ ହେବା ସହ ଏହାର ବେଶ ଚାହିଦା ରହିଛି । କିନ୍ତୁ ସରକାର ଚାଷିଙ୍କ ସମସ୍ୟା ସମ୍ପର୍କରେ କେବେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନଥିବାରୁ କଳାହାଣ୍ଡି ଜିଲ୍ଲାର ଧଳା ସୁନା ଚାଷୀ ଏବେ ସଂକଟରେ ପଡ଼ିଛନ୍ତି ।

କ୍ଷତି ସହୁଛନ୍ତି ଧଳାସୁନା ଚାଷୀ । ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ କପା କିଣିବା ପାଇଁ କର୍ଲାପଡ଼ା, ଉତକେଲା ଓ ଉଛୁଳା ଠାରେ ୩ଟି କପା ମଣ୍ଡି ଖୋଲାଯାଇଛି । ୧୩ଟି ବ୍ଲକର ଚାଷୀଙ୍କ ପାଇଁ ମାତ୍ର ୩ଟି ମଣ୍ଡି ଖୋଲିଥିବାରୁ ବିକ୍ରି ପାଇଁ ସମସ୍ୟା ଭୋଗୁଛନ୍ତି ଚାଷୀ ।  କଳାହାଣ୍ଡି ଜିଲ୍ଲାର ସମସ୍ତ ଅଞ୍ଚଳରେ ବହୁଳ ଭାବେ କପା ଚାଷ ହୋଇଥାଏ । କିନ୍ତୁ ଚାଷୀଙ୍କ ଗାଁ ଠାରୁ ପ୍ରଶାସନ ପକ୍ଷରୁ କରାଯାଇଥିବା କପାମଣ୍ଡିର ଦୂରତା ପ୍ରାୟ ୨ ଶହ କିଲୋମିଟର । ଫଳରେ ଚାଷୀ ବହୁ ସମୟରେ ମଣ୍ଡିରେ କପା ବିକ୍ରି ନକରି ଦଲାଲଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଛି । ବର୍ତମାନ କପାର ସହାୟକ ମୂଲ୍ୟ ୭ ହଜାର ୫ଶହ ଟଙ୍କା ରହିଛି। କିନ୍ତୁ ଦଲାଲ ମାନେ କ୍ବିଣ୍ଟାଲ ପ୍ରତି ୫ ହଜାରରୁ ୫ହଜାର ୫ଶହ ଟଙ୍କା କିଣି ରାଜ୍ୟ ବାହାରେ ବିକ୍ରି କରୁଛନ୍ତି । ଫଳରେ କପା ଚାଷୀ କ୍ଷତିରେ ପଡ଼ୁଛନ୍ତି । 

କଳାହାଣ୍ଡି ଜିଲ୍ଲାରେ ରେକର୍ଡ ପରିମାଣ କପା ଉତ୍ପାଦନ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ଜିନିଂ କିମ୍ବା ସ୍ପିନିଂ ମିଲ ନାହିଁ। କେବଳ ଘରୋଇ ଭାବରେ ୭ଟି ଜିନିଂ ମିଲ୍ ରହିଛି। କଳାହାଣ୍ଡି ଜିଲ୍ଲାର କପା ଉତ୍କୃଷ୍ଟ ମାନର ହୋଇଥିବାରୁ ୨୦୨୧ ମସିହାରେ ବାଙ୍ଗଲାଦେଶକୁ ଜୁନାଗଡ଼ରୁ ଟ୍ରେନ୍‌ରେ ପଠାଯାଇଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର କପା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଛତିଶଗଡ଼ରେ ବେଶ ଚାହିଦା ରହିଛି । ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ସୁବିଧା ପାଇଁ ନିଜ ଅଂଚଳରେ ମଣ୍ଡି ବ୍ୟବସ୍ଥା ଓ କପା ବିକ୍ରି ପାଇଁ ସମସ୍ତ ପ୍ରକାର ସୁବିଧା କରାଗଲେ ଚାଷୀ ଉପକୃତ ହୋଇପାରିବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe