ଚାଷୀ ଶସ୍ତାରେ ବିକ୍ରି କରୁଛି ଅମଳ ଫସଲ ।  ଡଜନ କୋବିକୁ ୧୦୦ ଟଙ୍କା..

Advertisment

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଶସ୍ତାରେ ବିକ୍ରି କରୁଛନ୍ତି ଅମଳ ଫସଲ ।

Updated On

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଶସ୍ତାରେ ବିକ୍ରି କରୁଛନ୍ତି ଅମଳ ଫସଲ ।

ଅଦ୍ୟତନ ହୋଇଛି
Screenshot (44)

Photograph: (kanaknews)

କନକ ବ୍ୟୁରୋ: ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। କେଉଁଠି ଧାନ ତ କେଉଁଠି ବୁଡ଼ିଲାଣି ପରିବା । ଶାଗମାଛ ଦରରେ ବିକ୍ରି ହେଉଛି କୋବି । ଗୋଟା ହିସାବରେ ନୁହେଁ ବରଂ ଡଜନ ହିସାବରେ କୋବି ବିକ୍ରି କରୁଛନ୍ତି ଚାଷୀ । ୧୦୦ ଟଙ୍କାରେ ମିଳୁଛି ୧୨ କୋବି। ଅଦିନିଆ ବର୍ଷା ପରେ କିଛି ଏମିତି ଚିତ୍ର ପିପିଲିରେ ଦେଖିବାକୁ ମିଳିଛି ।

ବିଲରେ ପାଣି ଜମି ରହିଥିବାରୁ କୋବି ପଚିଯିବାର ଭୟ ଭିତରେ ଶସ୍ତାରେ କୋବି ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଏପରିକି ବଜାରରେ ବିକ୍ରିକୁ ଅପେକ୍ଷା ନ କରି ରାସ୍ତାକଡରେ କୋବି ଗଦା କରି ବିକ୍ରି କରୁଛନ୍ତି ଚାଷୀ । ଭୁବନେଶ୍ବର-ପୁରୀ ରାସ୍ତାକଡରେ ପିପିଲିର ଅନେକ ଚାଷୀ ଏଭଳି ଢଙ୍ଗରେ କୋବି ବିକୁଥିବାର ଦେଖିବାକୁ ମିଳିଛି । ବିଲରେ କୋବି ସମ୍ପୂର୍ଣ୍ଣ ନଷ୍ଟ ହେବା ବଦଳରେ କୌଣସି ଲାଭ ନରଖି ଚାଷୀ କୋବି ବିକୁଥିବା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe