କନକ ବ୍ୟୁରୋ : ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ଅନେକ ଯୋଜନା । ହେଲେ ସେସବୁ ଯୋଜନାର ଲାଭ କ’ଣ ଚାଷୀ ପାଇପାରୁଛି ? ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସବୁଜ ଘର ଯୋଜନାରୁ ଚାଷୀ କେମିତି ଲାଭ ପାଉଛି । ଏହି ଖବର ବଖାଣିବ ସରକାର ଯୋଜନାର ସତ୍ୟତା ।

Advertisment

ବାହାରେ ଧଳା ଚାଦର, ଭିତରେ ବନ୍ଧାହୋଇଛି ସବୁଜ କନା । ପାଣି ସିଞ୍ଚନ ପାଇଁ ସ୍ପ୍ରିଙ୍କଲର୍‌ ଲଗାଯାଇଛି । ଏ ହେଉଛି ସବୁଜ ଘର ଅର୍ଥାତ ଚାରା ଉତ୍ପାଦନ କେନ୍ଦ୍ର  । ଏଠାରୁ ଚାରା ଉତ୍ପାଦନ କରି ଚାଷୀ ନିଜ ଜମିରେ ଲଗାଇବା ସହ ବିକ୍ରି କରି ଲାଭବାନ ହୋଇଥାନ୍ତା । ଏମିତି କିଛି ହେଲାନି । ନିର୍ମାଣର ୨ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇପାରିଲାନି । ପାଣି ସଂଯୋଗ ହୋଇନପାରିବାରୁ ଚାରା ଉତ୍ପାଦନ ହେବ କ’ଣ ଅନାବନା ଗଛରେ ପୁରିଯାଇଛି । ଅନ୍ୟପଟେ ଘର ନିର୍ମାଣ ପାଇଁ ସରକାର ଯୋଗାଉଥିବା ସବ୍‌ସିଡି ଟଙ୍କାକୁ ଚାଷୀଙ୍କ ଆକାଉଣ୍ଟରୁ ଏନ୍‌ଜିଓ ଉଠାଇ ନେଉଥିବା ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ : ଝାଟିମାଟିର କାନ୍ଥକୁ ପଲିଥିନର ଛାତ; ଭଙ୍ଗା କୁଡ଼ିଆରେ ଅଭାବୀ ଜୀବନ

ଉଦ୍ୟାନ ବିଭାଗ ପକ୍ଷରୁ ସବୁଜ ଘର ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । ଏଥିରେ ଏକ ଘରୋଇ ଏନ୍‌ଜିଓ ମଧ୍ୟସ୍ଥି ଭାବେ କାମ କରୁଛି । ଗୋଟିଏ ଘର ପିଛା ଖର୍ଚ୍ଚ ହେଉଛି ୩ ଲକ୍ଷ ୩୩ ହଜାର ୦୩୨ ଟଙ୍କା । ଚାଷୀଙ୍କୁ ସବ୍‌ସିଡି ବାବଦକୁ ମିଳୁଛି ୧ ଲକ୍ଷ ୮୫ ହଜାର ୫୦୦ ଟଙ୍କା । ୨୦୨୪-୨୫ରେ, ରାୟଗଡ଼ାର ୫ଟି ବ୍ଲକ୍‌ରେ ନିର୍ମାଣ ହୋଇଛି ୧୨ଟି ସବୁଜ ଘର । ଏହା ବାବଦକୁ ଖର୍ଚ୍ଚ ହୋଇଛି ୩୫ ଲକ୍ଷ ୬୬ ହଜାର ୮ଶହ ଟଙ୍କା । ସବ୍‌ସିଡି ଦିଆଯାଇଛି ୧୭ ଲକ୍ଷ ୮୩ ହଜାର ୪ଶହ ଟଙ୍କା । ଚଳିତ ୨୦୨୫-୨୬ ଆଥିର୍କ ବର୍ଷରେ ଆହୁରି ୧୦ଟି ନୂତନ ସବୁଜ ଘର ନିର୍ମାଣ ପାଇଁ ଯୋଜନା ରହିଛି । ପୁରୁଣାକୁ କାର୍ଯ୍ୟକ୍ଷମ ନକରି ନୂଆର ଯୋଜନା କରିବା ସରକାରୀ ଟଙ୍କାର ଅପଚୟ ନୁହେଁ ତ’ ଆଉ କ’ଣ ।