କନକ ବ୍ୟୁରୋ : ସାରା ଦେଶରେ ଚାଷୀ କରିବେ ଟ୍ରାକ୍ଟ୍ରର ପ୍ରୋଟେଷ୍ଟ। ସଂଯୁକ୍ତ ଚାଷୀ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଟ୍ରାକ୍ଟର ମାର୍ଚ୍ଚ ଆନ୍ଦୋଳନର ଡାକରା ଦିଆଯାଇଛି । ସାରା ଦେଶରେ ଜିଲ୍ଲା ଓ ତହସିଲ ସ୍ତରରେ ଟ୍ରାକ୍ଟର ମାର୍ଚ୍ଚର ଡାକରା ଦେଇଛନ୍ତି ଚାଷୀ । ଏହାସହ ୧୫ଟି ସ୍ଥାନରେ ରେଳ ରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ସେପଟେ ହରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ୨୦ ଦିନ ଧରି ଆମରଣ ଅନସନରେ ବସିଛନ୍ତି ଚାଷୀ ।

Advertisment

 ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୧୩ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ଏହି ସମୟରେ ୩ ଥର ଦିଲ୍ଲୀ ଚଲୋ ଉଦ୍ୟମ କରିଛନ୍ତି ଚାଷୀ ଏବଂ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ସ୍ଥିତି ବି ଦେଖିବାକୁ ମିଳିଛି। ଗତ ଶନିବାର ଦିଲ୍ଲୀ ଚଲୋ ଉଦ୍ୟମ ବେଳେ ଚାଷୀଙ୍କ ଉପରକୁ ପାଣି ମାଡ କରିଥିଲେ ପୋଲିସକର୍ମୀ ଏବଂ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ଦେଇ ନଥିଲେ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର କୃଷିମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଏହି ବୈଠକ ବସିଥିଲା । ତେବେ ଚାଷୀଙ୍କ ଦାବିକୁ ନେଇ ଏଥିରେ କୌଣସି ନିଷ୍ପତ୍ତି ହୋଇଥିବା ସୂଚନା ମିଳିନାହିଁ ।