କଲବଲ କରୁଛି ମଣ୍ଡି ; ଚାଷୀଙ୍କୁ ଧରାଛୁଆଁ ଦେଉନାହାଁନ୍ତି ମିଲର

ମଣ୍ଡି ପାଇଁ କଲବଲ ହେଉଛନ୍ତି ଚାଷୀ ।  ଅଧିକାଂଶ ସ୍ଥାନରେ ଧାନ ବିକ୍ରି ହୋଇପାରୁନଥିବାରୁ  ଖୋଲା ଆକାଶ ତଳେ ପଡିଛି । ମିଲର ଧରାଛୁଆଁ ଦେଉନାହାନ୍ତି ।  

ମଣ୍ଡି ସମସ୍ୟା

ମଣ୍ଡି ସମସ୍ୟା Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ଇଏ ହେଉଛି ରାଜ୍ୟର ଦୁଇଟି ସ୍ଥାନ ବଲାଙ୍ଗୀର ଓ ଆଳି ମଣ୍ଡିର ଦୃଶ୍ୟ । ଟାର୍ଗେଟ ନଥିବାରୁ ପ୍ୟାକ୍ସର ଗୋଦାମ ଓ ସାମ୍ନାରେ ପଡ଼ି ରହିଛି  ହଜାର ହଜାର ବସ୍ତା ଧାନ। ବଲାଙ୍ଗୀରରେ କାଗଜପତ୍ରରେ ୭୦ପ୍ରତିଶତ ଧାନ କିଣା ସାରିଥିଵା ବେଳେ ଏବେ ବି ଧାନ ବିକି ନ ପାରି ଚାଷୀ ହନ୍ତସନ୍ତ ହେଉଛି । ଜିଲ୍ଲାସାରା ଚାଷୀ ଟୋକନ ପାଇଁ ମଧ୍ୟ ଟାର୍ଗେଟ ନ ଥିବାରୁ ବାଧ୍ୟ ହୋଇ କମ ଦାମରେ ଦଲାଲ ହାତରେ ଟେକି ଦେଉଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଧାନ ମଣ୍ଡିରେ ପଡି ରହିଛି ଧାନ କ୍ଷ ଗତ ଦଶ ତାରିଖରୁ ମଣ୍ଡି ଉଦଘାଟନ ସାରିଥିଲେ ବି ଏପର୍ଯ୍ୟନ୍ତ ଉଠୁନି ଧାନ କ୍ଷ ଏହି ସମବାୟ ସମିତି ରେ ୨୫୩ଜଣ ଚାଷୀ ଧାନ ଦେବାଲାଗି ଟୋକନ ପାଇଛନ୍ତି କ୍ଷ ହେଲେ ଏଗାର ଦିନ ହେବ ଆସୁ ନାହାନ୍ତି

ମିଲର,ସମବାୟ ସମିତି ର ନାହିଁ ଗୋଦାମ ଘର, ଅସ୍ଥାୟୀ ଟେଣ୍ଟ ତଳେ ପଡ଼ିରହିଛି ହଜାର ହଜାର ଧାନ ବସ୍ତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ଆରମ୍ଭ ହେଲାଣି । ହେଲେ ଅଧିକାଂଶ ଜିଲ୍ଲାରେ ଚାଷୀଙ୍କୁ ଟୋକେନ ମିଳିନାହିଁ । ଦେଖନ୍ତୁ ସରକାରଙ୍କ ଏହି ଚିଠିକୁ । ୧୭ହଜାର ୧୩୬ ଚାଷୀଙ୍କୁ  ବର୍ତ୍ତମାନ ସୁଦ୍ଧା ଟୋକେନ ମିଳିନାହିଁ । ୨୪ ଜିଲ୍ଲାର ଏହି ଚାଷୀଙ୍କ ଫିଲ୍ଡ ଭିଜିଟ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।  ମନ୍ତ୍ରୀ ବି କହିଛନ୍ତି,  କୃଷକମାନଙ୍କୁ ହଇରାଣ କଲେ ହେବ କାର୍ଯାନୁଷ୍ଠାନ ।  ମିଲର ଯେଉଁମାନେ ଅଧିକ କଟନୀଛଟନୀ କରୁଛନ୍ତି କଥା ମାନୁନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe