କନକ ବ୍ୟୁରୋ: ଏଣିକି ଛୁଟିଦିନରେ ବି ହେବ ଚାଷୀ ପଞ୍ଜିକରଣ । ଟାର୍ଗେଟ୍ ପୂରଣ ହୋଇପାରୁନଥିବାରୁ ଚିନ୍ତାପ୍ରକଟ କରିଛି ସମବାୟ ବିଭାଗ ।  ଯାହା ପରେ ରବିବାର ଓ ଛୁଟିଦିନରେ ଅଫିସ ଖୋଲାଯିବାକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ ।

Advertisment

ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପଞ୍ଜିକରଣ କରାଯିବ ।  ଅଗଷ୍ଟ ୨୦ ତାରିଖରେ ସରିବ ଖରିଫ ଚାଷୀ ପଞ୍ଜିକରଣ । ତେବେ ତା’ ପୂର୍ବରୁ ଟାର୍ଗେଟ୍ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଏବେବି ବହୁ ଜିଲ୍ଲାରେ ୫୦ ପ୍ରତିଶତ ଟାର୍ଗେଟ୍ ପୂରଣ ହୋଇନି ।  ଏପର୍ଯ୍ୟନ୍ତ ୧୧ଲକ୍ଷ ୩୦ହଜାର ୧୨୮ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷ ୧୭ଲକ୍ଷ ୭୨ହଜାର ୩୪୭ ଜଣ ଚାଷୀ ପଞ୍ଜିକରଣ କରିଥିଲେ ।