କନକ ବ୍ୟୁରୋ : ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଚାଷୀ ପଞ୍ଜୀକରଣ । ଜାତୀୟ ସ୍ପେସ୍ ଡେ ଦିବସରେ ପଠାଣୀ ସାମନ୍ତ ପ୍ଲାନେଟୋରିଅମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଷୀ ପଞ୍ଜୀକରଣ ସମୟ ସୀମା ୨୫ ତାରିଖକୁ ବଢ଼ାଯାଇଛି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି । ଆଗକୁ ୨୫ ତାରିଖ ଭିତରେ ୨୦ ଲକ୍ଷ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରିଥିବା ମନ୍ତ୍ରୀ କହିଛନ୍ତି ।