କନକ ବ୍ୟୁରୋ : ରବି ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ଡାଇଥିଲେ ସରକାର । ତେଣୁ ଖରିଫ ଧାନ ସଂଗ୍ରହ ନେଇ ଆଗୁଆ ପ୍ରସ୍ତୁତ ହୋଇଛନ୍ତି ସରକାର । ଜୁଲାଇ ୧୯ରୁ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିପାରିବେ । ଏଥିପାଇଁ ଆସନ୍ତାକାଲି ଠାରୁ ଚାଷୀଙ୍କୁ ମିଳିବ ପଞ୍ଜୀକରଣ ଫର୍ମ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ଚାଷୀ ପଞ୍ଜୀକରଣରୁ ଯେପରି ବାଦ୍ ନ ପଡ଼ନ୍ତି ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦ ଅଗଷ୍ଟ ଯାଏଁ ପଞ୍ଜୀକରଣ କରିପାରିବେ ଚାଷୀ । ୯ ସେପ୍ଟେମ୍ବର ସୁଦ୍ଧା ସରିବ ଚାଷୀଙ୍କ ତଥ୍ୟ ଯାଞ୍ଚ । ୩୦ ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଚାଷୀଙ୍କ ତାଲିକା ।ନଭେମ୍ବର ପ୍ରଥମ ସପ୍ତାହରେ ଧାନ କିଣିବେ ସରକାର । ୩୧ ମାର୍ଚ୍ଚ ୨୦୨୬ରେ ସରିବ ଧାନକିଣା ।
ଧାନରେ ୮୦୦ ଟଙ୍କାର ଅଧିକ ଇନ୍ପୁଟ୍ ସବ୍ସିଡି ଦେଉଛନ୍ତି ସରକାର । ଏଥିପାଇଁ ଚାଷୀ ଅଧିକରୁ ଅଧିକ ଧାନ ମଣ୍ଡିରେ ବିକିବାକୁ ଅପେକ୍ଷା କରୁଛନ୍ତି । ରବି ଧାନ ବିକ୍ରି ବେଳେ ମଣ୍ଡିରେ ଅବ୍ୟବସ୍ଥା, ଟୋକନ୍ ଥାଇ ଧାନ ବିକ୍ରି କରିପାରିନଥିଲେ ଚାଷୀ । ଏପରିକି କଟନୀ ଛଟନୀକୁ ନେଇ ଅସନ୍ତୁଷ୍ଟ ଥିଲେ ଚାଷୀ । ଏବେ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ।
ପ୍ରତିଥର ଧାନ ସଂଗ୍ରହ ପାଇଁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ହେଲେ ମଣ୍ଡିରେ ଅବ୍ୟବସ୍ଥା, ଦଲାଲ୍ ରାଜ୍ ପାଇଁ ଚାଷୀଙ୍କ ଧାନ ମାସମାସ ଧରି ପଡ଼ିରହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/18/farmer-registration-2025-07-18-19-49-58.jpg)