କନକ ବ୍ୟୁରୋ: ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ସମୟ ସୀମାକୁ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଇ-କେୱାଇସି ଦାଖଲ ବେଳକୁ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସୁଛି । ଜମି ପଟ୍ଟା ସଂଶୋଧନରେ ବିଳମ୍ବ, ସର୍ଭର୍ ଓ ନେଟୱର୍କ ସମସ୍ୟା କାରଣରୁ ଚାଷୀମାନେ ପଞ୍ଜୀକରଣ କରିପାରୁନାହାନ୍ତି । ଚାଷୀଙ୍କ ଜମି ପଟ୍ଟା ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବାରୁ ପଞ୍ଜୀକରଣ କରିପାରୁନାହାନ୍ତି । ଏଣିକି ସେମାନେ ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନଥିବାରୁ ସମୟସୀମା ବୃଦ୍ଧି କରିବେ ସରକାର ।
୨୦୨୫-୨୬ ଖରିଫ ଋତୁ ପାଇଁ ଧାନ କ୍ରୟ ଚଳିତବର୍ଷ ନଭେମ୍ବର ୧ରୁ ଆରମ୍ଭ ହୋଇ ଆଗାମୀ ବର୍ଷ ମାର୍ଚ୍ଚ ୩୧ରେ ସମାପ୍ତ ହେବ l କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ l ଏଥିପାଇଁ ଚାଷୀମାନଙ୍କୁ ଆଗୁଆ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଥିଲେ ସରକାର । ଇ-କେୱାଇସି, ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ ବ୍ୟବସ୍ଥାରେ ଧିମା ନେଟ୍ୱର୍କ ବାଧକ ହେଉଥିବାରୁ ଆନ୍ଦୋଳନ ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି ।
ନକଲି ଚାଷୀଙ୍କୁ ଧରିବା ପାଇଁ ଇ-କେୱାଇସି ଦ୍ୱାରା ପଞ୍ଜୀକରଣ କରିବା ଆରମ୍ଭ କରିଥିଲେ ସରକାର । ଆଧାରକାର୍ଡ ସହ ଆଖି ଓ ଟିପ ଚିହ୍ନ ଦେଇ ଇ-କେୱାଇସି କରୁଛନ୍ତି ଚାଷୀ। ହେଲେ ଏଥିପାଇଁ କାମଧନ୍ଦା ବନ୍ଦ କରି ଦୀର୍ଘ ସମୟ ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିବାରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/27/farmer-registration-2025-07-27-20-22-42.jpg)