କନକ ବ୍ୟୁରୋ: ହାତୀ ଉପଦ୍ରବ ନେଇ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରିଲେ ଚାଷୀ। ଅନୁଗୁଳ ବନାଞ୍ଚଳରେ ବର୍ଷବର୍ଷ ଧରି ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସହର ନିକଟ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି। ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହେଉଛି। ଚାଷ ବାସକୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ଖାଦ୍ୟ ଅଭାବ ଓ ଖଣି ଖାଦାନ ପାଇଁ ଗଛକଟା ହେତୁ ସହର ମୁହାଁ ହେଉଛନ୍ତି ହାତୀପଲ। ହାତୀପଲ ଦିନ ରାତି ଗାଁ ନିକଟରେ ରହୁଥିବାରୁ ଲୋକମାନେ ଭୟରେ ରହୁଛନ୍ତି। ଏପରିକି ଚାଷ କରିବାକୁ ଲୋକମାନେ ବିଲକୁ ଯିବାକୁ ଭୟ କରୁଛନ୍ତି। ଏସମ୍ପର୍କରେ ସେମାନେ ବନବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ  ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଫଳସ୍ୱରୂପ ଚାଷୀ ଓ ଗ୍ରାମବାସୀ ବନଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି।

Advertisment