ଝିପି ଝିପି ବର୍ଷା ହଜାଇଦେଲା ଚାଷୀର ନିଦ ;  ବିଲରେ ଭିଜୁଛି ହସିଲା ଧାନ

ଝିପି ଝିପି ବର୍ଷା ପାଇଁ ହଜିଲା ଚାଷୀର ନିଦ । ବର୍ଷାରେ ଭିଜିଲା ଅମଳ ଧାନ। ଏବେ ବି ବିଲରେ ସରିନି ଅମଳ ।ଚାଷୀକୁ ଘାରିଛି ଫସଲ ହାନୀ ଚିନ୍ତା।

vc

କନକ ବ୍ୟରୋ : ବର୍ଷା ହଜାଇଲା ଚାଷୀର ନିଦ। ୨ ଦିନ ପରେ ପୁଣି ଝିପ ଝିପ ବର୍ଷା ଚାଷୀର ସମସ୍ୟା ବଢ଼ାଇ ଦେଇଛି । ବିଲରେ ପଡିଛି ଅମଳ ଧାନ । ଆଉ ବର୍ଷାରେ ଏହା ନଷ୍ଟ ହୋଇଯିବା ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛି ଗଞ୍ଜାମ, ଆସିକା ଓ ଧରାକୋଟ ଅଞ୍ଚଳର ଅନେକ ଚାଷୀ। 

ପାଚିଲା ଧାନକୁ କାଟି ଜମିରେ ପକାଇ ଥିଲେ, କିନ୍ତୁ ଗତକାଲି ରାତିରେ ବର୍ଷା ଫଳରେ ଜମିରେ ପଡି ରହିଥିବା ଧାନ ପ୍ରାୟ ଭିଜିଯାଇଛି । ଏହାସହ ଯେଉଁ ଜମିର ଧାନ କଟା ସରିନି ସୋରେ ବର୍ଷା ପାଇଁ ପାଚିଲା ଧାନ ଜମିରେ ଲୋଟି ଯାଇଛି । ତେଣୁ ଭିଜା ଧାନ କୁ କିପରି ଅମଳ କରାଯାଇ ଘରକୁ ସୁରକ୍ଷିତ ଅଣା ଯାଇ ପାରିବି ସେହି ଚିନ୍ତାରେ ଚାଷୀ । ଏପଟେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମଣ୍ଡି ଖୋଲିନି ଯାହା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe