କନକ ବ୍ୟରୋ : ବର୍ଷା ହଜାଇଲା ଚାଷୀର ନିଦ। ୨ ଦିନ ପରେ ପୁଣି ଝିପ ଝିପ ବର୍ଷା ଚାଷୀର ସମସ୍ୟା ବଢ଼ାଇ ଦେଇଛି । ବିଲରେ ପଡିଛି ଅମଳ ଧାନ । ଆଉ ବର୍ଷାରେ ଏହା ନଷ୍ଟ ହୋଇଯିବା ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛି ଗଞ୍ଜାମ, ଆସିକା ଓ ଧରାକୋଟ ଅଞ୍ଚଳର ଅନେକ ଚାଷୀ।
ପାଚିଲା ଧାନକୁ କାଟି ଜମିରେ ପକାଇ ଥିଲେ, କିନ୍ତୁ ଗତକାଲି ରାତିରେ ବର୍ଷା ଫଳରେ ଜମିରେ ପଡି ରହିଥିବା ଧାନ ପ୍ରାୟ ଭିଜିଯାଇଛି । ଏହାସହ ଯେଉଁ ଜମିର ଧାନ କଟା ସରିନି ସୋରେ ବର୍ଷା ପାଇଁ ପାଚିଲା ଧାନ ଜମିରେ ଲୋଟି ଯାଇଛି । ତେଣୁ ଭିଜା ଧାନ କୁ କିପରି ଅମଳ କରାଯାଇ ଘରକୁ ସୁରକ୍ଷିତ ଅଣା ଯାଇ ପାରିବି ସେହି ଚିନ୍ତାରେ ଚାଷୀ । ଏପଟେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମଣ୍ଡି ଖୋଲିନି ଯାହା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/09/Z7BhxaXhazMekrFNxebW.jpg)