କନକ ବ୍ୟୁରୋ: ବିଦ୍ୟୁତ ତାର ନେଲା ଚାଷୀଙ୍କ ଜୀବନ । ଚାନ୍ଦବାଲିରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଞ୍ଜକାଳିକା ଗାଁର ପ୍ରମୋଦ ଦାସ । ବିଲରେ କାମ କରୁଥିବା ବେଳେ ତାର ଲାଗି ତାଙ୍କର ମୃତ୍ୟୁ ହୋଇଛି । ପ୍ରମୋଦଙ୍କ ଶରୀରର ୮୫ ପ୍ରତିଶତ ଜଳିଯାଇଛି । ଅନ୍ୟ ଜଣେ ଚାଷୀ ମୃତଦେହ ଦେଖିବା ପରେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ।

Advertisment

ପରେ ଚାଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ଅଞ୍ଚଳବସୀ । ଟାୟାର ଜାଳିବା ସହ ରାସ୍ତାରୋକ ମଧ୍ୟ କରାଯାଇଛି ।