ଭାଦ୍ରବ ମାସ ଚାଲିଲାଣି, ହେଲେ ଚାଷ ଉପଯୋଗୀ ହୋଇନି ବର୍ଷା ; ୪୦୦ ଫୁଟ ପାହାଡ଼ ଚଢ଼ି ଇନ୍ଦ୍ର ପୂଜା କଲେ ଚାଷୀ

Advertisment

ଶ୍ରାବଣ ଯାଇ ଭାଦ୍ରବ ଆସିଲା ହେଲେ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏବେ ବି ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷୀ ଶୋଭାଯାତ୍ରାରେ ବାହାରି ୪ ଶହ ଫୁଟ ପାହାଡ଼ ଚଢ଼ି ବର୍ଷା ପାଇଁ ହୋମଯଜ୍ଞ କରିଛନ୍ତି ।

ଶ୍ରାବଣ ଯାଇ ଭାଦ୍ରବ ଆସିଲା ହେଲେ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏବେ ବି ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷୀ ଶୋଭାଯାତ୍ରାରେ ବାହାରି ୪ ଶହ ଫୁଟ ପାହାଡ଼ ଚଢ଼ି ବର୍ଷା ପାଇଁ ହୋମଯଜ୍ଞ କରିଛନ୍ତି ।

25

କନକ ବ୍ୟୁରୋ : ବର୍ଷା ପାଇଁ ୪ ଶହ ଫୁଟ ପାହାଡ଼ ଚଢ଼ି ଇନ୍ଦ୍ର ପୂଜା କଲେ ଚାଷୀ। । ସାମିଲ ହେଲେ ୧୫ ଖଣ୍ଡ ଗାଁ ଲୋକ । ଶ୍ରାବଣ ଯାଇ ଭାଦ୍ରବ ଆସିଲା ହେଲେ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏବେ ବି ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷୀ ଶୋଭାଯାତ୍ରାରେ ବାହାରି ୪ ଶହ ଫୁଟ ପାହାଡ଼ ଚଢ଼ି ବର୍ଷା ପାଇଁ ହୋମଯଜ୍ଞ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ହାତୀସରା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଇଷ୍ଟ ଦେବତା ହେଉଛନ୍ତି ଭାଲୁ ବୁଢ଼ା । 

ଗୁଡ଼ଭେଳା ବ୍ଲକର ଡଙ୍ଗା ପଥର ଠାରେ ରହିଛି ଭାଲୁ ଡଙ୍ଗର । ଏହି ଡଙ୍ଗରର ଉଚ୍ଚତା ୫ଶହ ଫୁଟରୁ ଅଧିକ । ଯାହା ଉପରେ ଚଢ଼ି ଦେହେରୀ ଘରୁ ପୂଜା ସାମଗ୍ରୀ ନେଇ ହୋମଯଜ୍ଞ କରିଛନ୍ତି ଗ୍ରାମବାସୀ । ଶହଶହ ମହିଳା ପୁରୁଷ ସାମିଲ ହୋଇ ବର୍ଷା ପାଇଁ ପୂଜା କରିଛନ୍ତି । ୩୦ ବର୍ଷ ପରେ ପୁଣି ଥରେ ବର୍ଷା ପାଇଁ ହୋଇଛି ଏମିତି ପୂଜାର୍ଚ୍ଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe