କନକ ବ୍ୟୁରୋ : ବର୍ଷା ପାଇଁ ୪ ଶହ ଫୁଟ ପାହାଡ଼ ଚଢ଼ି ଇନ୍ଦ୍ର ପୂଜା କଲେ ଚାଷୀ। । ସାମିଲ ହେଲେ ୧୫ ଖଣ୍ଡ ଗାଁ ଲୋକ । ଶ୍ରାବଣ ଯାଇ ଭାଦ୍ରବ ଆସିଲା ହେଲେ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏବେ ବି ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷୀ ଶୋଭାଯାତ୍ରାରେ ବାହାରି ୪ ଶହ ଫୁଟ ପାହାଡ଼ ଚଢ଼ି ବର୍ଷା ପାଇଁ ହୋମଯଜ୍ଞ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ହାତୀସରା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଇଷ୍ଟ ଦେବତା ହେଉଛନ୍ତି ଭାଲୁ ବୁଢ଼ା ।
ଗୁଡ଼ଭେଳା ବ୍ଲକର ଡଙ୍ଗା ପଥର ଠାରେ ରହିଛି ଭାଲୁ ଡଙ୍ଗର । ଏହି ଡଙ୍ଗରର ଉଚ୍ଚତା ୫ଶହ ଫୁଟରୁ ଅଧିକ । ଯାହା ଉପରେ ଚଢ଼ି ଦେହେରୀ ଘରୁ ପୂଜା ସାମଗ୍ରୀ ନେଇ ହୋମଯଜ୍ଞ କରିଛନ୍ତି ଗ୍ରାମବାସୀ । ଶହଶହ ମହିଳା ପୁରୁଷ ସାମିଲ ହୋଇ ବର୍ଷା ପାଇଁ ପୂଜା କରିଛନ୍ତି । ୩୦ ବର୍ଷ ପରେ ପୁଣି ଥରେ ବର୍ଷା ପାଇଁ ହୋଇଛି ଏମିତି ପୂଜାର୍ଚ୍ଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/21/25-2025-08-21-18-16-12.jpg)